Posted inଖେଳ

ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌: ମାଗୁଛନ୍ତି ଚାକିରି

ମୁମ୍ବାଇ,୧୭।୮: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ ଏବେ ଚାକିରି ସନ୍ଧାନରେ ଅଛନ୍ତି। ଦିନେ ଭାରତୀୟ କ୍ରିକେଟର ନୂତନ ସେନସେସନ୍‌ ଭାବରେ ବିବେଚିତ ହେଉଥିବା ବିନୋଦ କାମ୍ବଲି କହିଛନ୍ତି, ଏବେ କେବଳ ବିସିସିଆଇ ଦେଉଥିବା ପେନସନ ଆଧାରରେ ତାଙ୍କ ପରିବାରକୁ ଚଳାଉଛନ୍ତି।
ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବିନୋଦ କାମ୍ବଲି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଜଣେ ଅବସରପ୍ରାପ୍ତ କ୍ରିକେଟର ଏବଂ ବିସିସିଆଇର ପେନ୍ସନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ମୋର ଏକମାତ୍ର ଆୟର ଉତ୍ସ ହେଉଛି ବିସିସିଆଇ ଏବଂ ମୁଁ ଏଥିପାଇଁ ବହୁତ କୃତଜ୍ଞ। ଏଠାରୁ ମୋ ପରିବାରର ଖର୍ଚ୍ଚ ଚାଲିଥାଏ। ମୋର କାମ ଦରକାର। ମୁଁ ଜାଣେ ମୁମ୍ବାଇ ଅମୋଲ ମଜୁମଦାରଙ୍କୁ ସେମାନଙ୍କର ମୁଖ୍ୟ କୋଚ ଭାବରେ ରଖିଛି କିନ୍ତୁ ଯଦି ସେମାନେ ମୋତେ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆବଶ୍ୟକ କରନ୍ତି ତେବେ ମୁଁ ଉପଲବ୍ଧ। ମୁଁ ମୁମ୍ବାଇ ପାଇଁ ଖେଳିଛି ଏବଂ ସେଥିପାଇଁ ମୁଁ ଚାହୁଁଛି ସେମାନେ ମୋ ପାଇଁ କିଛି କରନ୍ତୁ।
ସଚିନ ତେନ୍ଦୁଲକରଙ୍କ ସାହାଯ୍ୟ ମାଗିବା ପ୍ରଶ୍ନରେ କାମ୍ବଲି କୁହନ୍ତି, ସଚିନ ମୋର ଅବସ୍ଥା ଜାଣନ୍ତି। ସେ ମୋତେ ପୂର୍ବରୁ ସାହାଯ୍ୟ କରିଛନ୍ତି। ସେ ମୋତେ ତେନ୍ଦୁଲକର ମିଡଲ୍ସେକ୍ସ ଗ୍ଲୋବାଲ ଆସାଇନମେଣ୍ଟ ଦେଇଥିଲେ। ସେ ମୋର ବହୁତ ଭଲ ବନ୍ଧୁ। ସେମାନେ ମୋତେ ସାହାଯ୍ୟ କରିବେ ବୋଲି ମୁଁ ଆଉ ଆଶା କରେ ନାହିଁ।
ବିନୋଦ କାମ୍ବଲି ତାଙ୍କ କ୍ୟାରିୟରରେ ଭାରତ ପାଇଁ ୧୭ଟି ଟେଷ୍ଟ ଏବଂ ୧୦୪ଟି ଦିନିକିଆ ଖେଳିଥିଲେ। ସେ ଦିନିକିଆରେ ୧୦୮୪ ରନ ଏବଂ ଟେଷ୍ଟରେ ୨୪୭୭ରନ କରିଛନ୍ତି। ପିଲାଦିନେ ସେ ସଚିନଙ୍କ ସହ କ୍ରିକେଟ ଖେଳୁଥିଲେ। ସେ ମଧ୍ୟ ନିଜ କ୍ୟାରିଅରକୁ ଏକ ଶକ୍ତିଶାଳୀ ଢଙ୍ଗରେ ଆରମ୍ଭ କରିଥିଲେ କିନ୍ତୁ ପରେ ସେ ନିଜର ଫର୍ମ ବଜାୟ ରଖିପାରି ନ ଥିଲେ ଏବଂ ଦଳରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri