Posted inରାଜ୍ୟ

ଡେପୁଟେଶନରେ ଯିବେ ଭିନିଲ୍‌ କ୍ରିଷ୍ଣା

ଭୁବନେଶ୍ୱର, ୨୯ା୫(ସୁନିତ୍‌ ମିଶ୍ର): ୨୦୦୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ଆର୍‌. ଭିନିଲ୍‌ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ତାଙ୍କୁ କେନ୍ଦ୍ରରେ କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି। ଯେବେଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ସେବେଠୁ ୫ ବର୍ଷ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ୪୧ ଜଣ ଅଫିସରଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଭିନିଲ କ୍ରିଷ୍ଣା ରହିଛନ୍ତି। ରାଜ୍ୟରେ ଭାଜପା ସରକାର ଆସିବା ପରେ ତାଙ୍କୁ ଲ୍ୟାଣ୍ଡ ରେକର୍ଡ ଏବଂ ସେଟେଲମେଣ୍ଟ କମିଶନର ଭାବେ ଦାୟିତ୍ୱ ଦେଇଥିଲା। ଗତ ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟ କରୁଥିଲେ। ଏହାସହ ସେ କ୍ରୀଡ଼ା ବିଭାଗ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ।
ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ରାଜ୍ୟର ଏକାଧିକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର ଡେପୁଟେଶନରେ ଯାଇସାରିଲେଣି। ମୁଖ୍ୟତଃ ଗତ ବିଜେଡି ସରକାର ସମୟରେ ଯେଉଁମାନେ ସବୁଠାରୁ କ୍ଷମତାଶାଳୀ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର ଭାବେ ଜଣାଶୁଣା ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଏବେ କେନ୍ଦ୍ରକୁ ଡେପୁଟେଶନରେ ଚାଲିଯାଉଛନ୍ତି। ସେହିପରି ଭିନିଲ କ୍ରିଷ୍ଣା ବିଜେଡି ସରକାରରେ ବହୁ କ୍ଷମତାଶାଳୀ ଅଫିସର ଭାବେ ଚର୍ଚ୍ଚାରେ ରହିଥିଲେ। ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ଭି.କେ. ପାଣ୍ଡିଆନ୍‌ଙ୍କ କୋଟେରିରେ ଭିନିଲ କ୍ରିଷ୍ଣା ସବୁବେଳେ ନଜରକୁ ଆସୁଥିଲେ। କ୍ରିଷ୍ଣାଙ୍କୁ ଡେପୁଟେଶନ ନେଇ କିଛିଦନ ହେବ ଚର୍ଚ୍ଚା ହେଉଥିବା ବେଳେ ଏହା ବର୍ତ୍ତମାନ ନିର୍ଦ୍ଦେଶନାମା ଜରିଆରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri