Posted inଜାତୀୟ

ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଫୋଗଟ! ଏହିସବୁ ଦଳରୁ ମିଳିଲା ଖୋଲା ଅଫର୍‌

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ ପୂର୍ବରୁ ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଭାଙ୍ଗି ପଡି ଭିନେଶ ଫୋଗଟ ମଧ୍ୟ ଖେଳରୁ ଅବସର ଘୋଷଣା କରିଥିଲେ। ଭିନେଶଙ୍କୁ କ୍ରୀଡାପ୍ରେମୀଙ୍କ ବିପୁଳ ସମର୍ଥନ ରହିଛି। ବର୍ତ୍ତମାନ ଭିନେଶ ଫୋଗଟଙ୍କୁ ନେଇ ରାଜନେତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି କୁହାଯାଉଛି।

ଭିନେଶ ହରିୟାଣାର ବାସିନ୍ଦା। ଆସନ୍ତା ୧-୨ ମାସ ମଧ୍ୟରେ ହରିୟାଣାରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ତାଙ୍କୁ ଖୋଲା ଅଫର୍‌ ମଧ୍ୟ ମିଳିଛି। କିନ୍ତୁ ସେ ପ୍ୟାରିସ୍‌ରେ ଥିବାରୁ ତାଙ୍କର ଆଗାମୀ ପଦକ୍ଷେପ କ’ଣ ରହିବ ଏନେଇ କିଛି ସ୍ପଷ୍ଟ ହୋଇନାହିଁ।

ଏଭଳି ପରିସ୍ଥିତିରେ ରାଜନୈତିକ ଦଳମାନେ ଭିନେଶଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପାଇଁ ଖୋଲା ଅଫର ପ୍ରଦାନ କରିଛନ୍ତି। ରାଜନୀତିରେ ପ୍ରବେଶ କରିବାକୁ ଭିନେଶଙ୍କୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜନୀତିରେ ପ୍ରବେଶ କରିବାକୁ ହରିୟାଣା କ୍ରୀଡା ମନ୍ତ୍ରୀ ସଞ୍ଜୟ ସିଂ ଭିନେଶଙ୍କୁ ଖୋଲା ଅଫର୍‌ ଦେଇଛନ୍ତି। ସଞ୍ଜୟ ସିଂ କହିଛନ୍ତି, ଯଦି ଭିନେଶ ଚାହାନ୍ତି ତେବେ ଭାଜପା ତାଙ୍କ ପାଇଁ ଟିକେଟ୍‌ ନେଇ ବିଚାର କରିବ। ସେ କ୍ରୀଡା ଜାରି ରଖିବାକୁ କିମ୍ବା ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ଭିନେଶ ରାଜନୀତିକୁ ଆସନ୍ତି ତେବେ ଭାଜପା ତାଙ୍କୁ ଟିକେଟ ଦେବ। ଏବଂ ରାଜ୍ୟ ସଭାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିବ। କିନ୍ତୁ କ୍ରୀଡା ମନ୍ତ୍ରୀ ଭାବରେ ମୁଁ ଚାହୁଛି ଯେ ଭିନେଶ ବର୍ତ୍ତମାନ ଖେଳିବା ଉଚିତ, ତାଙ୍କ ଖେଳ କ୍ୟାରିୟର ବାକି ଅଛି। ବିନେଶ ଫୋଗଟ ହେଉଛି ରାଜ୍ୟ ତଥା ଦେଶର ଗର୍ବ।

କ୍ରୀଡ଼ା ମନ୍ତ୍ରୀ ସଞ୍ଜୟ ସିଂଙ୍କ ପୂର୍ବରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ମଧ୍ୟ ଭିନେଶଙ୍କୁ ରାଜ୍ୟ ସଭାକୁ ପଠାଇବା ବିଷୟରେ କହିଥିଲେ। ଭୁପେନ୍ଦ୍ର ସିଂ କହିଥିଲେ ଯଦି ଦଳର ସଂଖ୍ୟାଗରିଷ୍ଠତା ଥଆନ୍ତା ତେବେ ସେ ଭିନେଶଙ୍କୁ ରାଜ୍ୟ ସଭାକୁ ପଠାଇଥାନ୍ତେ।

କଂଗ୍ରେସ ଏବଂ ଭାଜପା ବ୍ୟତୀତ ଜନସେବକ ଦଳର ସଂଯୋଜକ ତଥା ମହମ ବିଧାୟକ ବଲରାଜ କୁଣ୍ଡୁ ଭିନେଶଙ୍କୁ କ୍ରୀଡ଼ା ମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମହମ ବିଧାୟକ କହିଛନ୍ତି ଯଦି ଭିନେଶ ଚାହିଁବେ ତେବେ ଦଳ ତାଙ୍କୁ ଟିକେଟ ମଧ୍ୟ ଦେବ ଏବଂ ଜିତିବା ପରେ ତାଙ୍କୁ କ୍ରୀଡ଼ା ମନ୍ତ୍ରୀ ମଧ୍ୟ କରିବ।

ଭିନେଶ ଫୋଗଟ ବର୍ତ୍ତମାନ ଫ୍ରାନ୍ସରେ ଅଛନ୍ତି। ତାଙ୍କ ଅଯୋଗ୍ୟତା ବିରୋଧରେ ସେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟରେ ଆବେଦନ କରିଛନ୍ତି, ଯାହାର ବିଚାର ଏପର୍ଯ୍ୟନ୍ତ ହୋଇ ନାହିଁ। ଭିନେଶ ରାଜନୀତିରେ ପ୍ରବେଶ କରିବେ କି ନାହିଁ? ସେ ଏପର୍ଯ୍ୟନ୍ତ କେଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ପ୍ରଶଂସକ ଜାଣିବାକୁ ଚାହାନ୍ତି ଯେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ବର୍ତ୍ତମାନ ସମସ୍ତେ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri