Posted inଖେଳ

ସନ୍ୟାସରୁ ୟୁଟର୍ନ ନେଲେ ଭିନେଶ ଫୋଗଟ! ୩ ପୃଷ୍ଠାର ଚିଠି ଶେୟାର କରି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୭।୮: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ପରେ ଯଦି ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା, ତେବେ ମୁଁ କୁସ୍ତିକୁ ବିଦାୟ ଦେଇ ନ ଥା’ନ୍ତି, ବରଂ ୨୦୩୨ ପର୍ଯ୍ୟନ୍ତ କୁସ୍ତି ଜାରି ରଖିଥା’ନ୍ତି। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, କୁସ୍ତିକୁ ବିଦାୟ ଦେବାକୁ ପଡିଲା। ଏଥି ସହିତ ଭିନେଶ ଏହି ଚିଠି ମାଧ୍ୟମରେ ଅବସରରୁ ୟୁଟର୍ନ ନେବାକୁ ସୂଚିତ କରୁଛନ୍ତି କି ବୋଲି ଚର୍ଚ୍ଚା ହେଉଛି।

ଭିନେଶ ଆହୁରି ଲେଖିଛନ୍ତି, ହୋଇପାରେ ନିଜକୁ ୨୦୩୨ ପର୍ଯ୍ୟନ୍ତ ବିଭିନ୍ନ ପରିସ୍ଥିତିରେ ଖେଳୁଥିବା ଦେଖିପାରେ, କାରଣ ଯୁଦ୍ଧ ଏବଂ କୁସ୍ତି ମୋ ଭିତରେ ସର୍ବଦା ରହିବ। ଭବିଷ୍ୟତ ମୋ ପାଇଁ କ’ଣ ହେବ ମୁଁ ପୂର୍ବାନୁମାନ କରିପାରିବି ନାହିଁ । ଭାରତୀୟ କୁସ୍ତିଯୋଦ୍ଧା ଆହୁରି ଲେଖିଛନ୍ତି ଯେ ମୋ ଦଳ, ମୋର ସାଥୀ ଭାରତୀୟ ଏବଂ ମୋ ପରିବାର ଅନୁଭବ କରୁଛନ୍ତି ଯେ ଯେଉଁ ଲକ୍ଷ୍ୟ ପାଇଁ ଆମେ କାର୍ଯ୍ୟ କରୁଥିଲୁ ଏବଂ ଯାହା ହାସଲ କରିବାକୁ ଯୋଜନା କରିଥିଲୁ ତାହା ଅସମ୍ପୂର୍ଣ୍ଣ, ସବୁବେଳେ କିଛି ଅଭାବ ରହିବ ଏବଂ ଜିନିଷ ଆଉ କେବେ ପ୍ରତମ ଭଳି ହେବ ନାହିଁ।

ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ଭିନେଶଙ୍କୁ ପଦକ ହରାଇବାକୁ ପଡିଥିଲା। ଭିନେଶ ଫୋଗଟ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ, ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଅବଶ୍ୟ, ଏହା ପରେ ଭିନେଶ କ୍ରୀଡ଼ା ପାଇଁ ଆର୍ବିଟ୍ରେଶନ କୋର୍ଟରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ମଧ୍ୟ ନିରାଶ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ସାତ୍ତ୍ୱିକ ସତ୍ୟକାମଙ୍କ କୃତିତ୍ୱ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri