ମଣିପାଲ ହସ୍ପିଟାଲର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୧୭।୮: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ମଣିପାଲ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ସହ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି। ଏପରିକି ବିଭିନ୍ନ ପ୍ରକାର ପେଟରୋଗ ଏବଂ ପ୍ରାଥମିକ ସ୍ତରରେ ପେଟରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନ୍‌ସର ଚିହ୍ନଟ ଏବଂ ଏହାର ସଫଳ ଚିକିତ୍ସା ପାଇଁ ଏଠାରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍‌ ମେଶିନ ଅଲିମ୍ପସ ଏଭିସ୍‌୧ ଏବଂ ଏଣ୍ଡୋସ୍କୋପିକ୍‌ ଅଲ୍‌ଟ୍ରାସାଉଣ୍ଡ ଇୟୁ-ମି୩ ମେଶିନ ଏହା ସହ ଯେଉଁ ବ୍ୟକ୍ତିଙ୍କ ଖାଦ୍ୟଜନିତ ଅସୁବିଧା ସୃଷ୍ଟି ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଖାଦ୍ୟନଳୀ, ପେଟ ଏବଂ କୋଲୋନିକ୍‌ କର୍କଟ ପାଇଁ ଏଣ୍ଡୋସ୍କୋପିକ୍‌ ସବ୍ମୁକୋସାଲ ଡିସେକ୍ସନ ଏବଂ ଆଚାଲାସିଆ କାର୍ଡିଆର ସଫଳ ଚିକିତ୍ସା ପାଇଁ ପେରୋରାଲ ଏଣ୍ଡୋସ୍କୋପିକ୍‌ ମାୟୋଟୋମି ପ୍ରଚଳନ କରିଛି। ଏ ସମ୍ପର୍କରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, ସମୟ ସହ ଚିକିତ୍ସା ବିଜ୍ଞାନରେ ଉନ୍ନତି ହୋଇଛି। ଏପରିକି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି। ଏହି ଅତ୍ୟାଧୁନିକ ଏଣ୍ଡୋସ୍କୋପି ପ୍ରଣାଳୀର ଚିକିତ୍ସା ନିଶ୍ଚିତ ଭାବେ ରୋଗୀଙ୍କୁ ପ୍ରାଥମିକ ସ୍ତରରେ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର ସମେତ ଅନ୍ୟାନ୍ୟ ପେଟରୋଗର ସଫଳ ଚିକିତ୍ସାରେ ସହାୟକ ହେବ। ଆଗାମୀ ଦିନରେ ମଣିପାଲ ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ସମସ୍ତ ବିଭାଗକୁ ଅପ୍‌ଗ୍ରେଡ୍‌ କରିବା ସହ ଏହାକୁ କେବଳ ଓଡ଼ିଶାରେ ନୁହେଁ, ପୂର୍ବ ଭାରତର ମଧ୍ୟ ଏକ ଅଗ୍ରଣୀ ହସ୍ପିଟାଲ ଭାବେ ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri