Posted inଖେଳ

ବିଦେଶରେ ଟ୍ରେନିଂ ନେବେ ଭିନେଶ, ବଜରଙ୍ଗ

ନୂଆଦିଲ୍ଲୀ, ୩୦ା୬ : ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ପାଇଁ ପ୍ରସ୍ତୁତି ସକାଶେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମୟ ମାଗିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଟ୍ରେନିଂ ଲାଗି ଯଥାକ୍ରମେ କିର୍‌ଗିଜ୍‌ସ୍ତାନ ଓ ହଙ୍ଗେରୀ ଯିବେ। ଉଭୟ କୁସ୍ତିଯୋଦ୍ଧା ଏ ସମ୍ପର୍କରେ ଦେଇଥିବା ପ୍ରସ୍ତାବ କ୍ରୀଡ଼ାମନ୍ତ୍ରଣାଳୟ ଦ୍ୱାରା ଗୃହୀତ ହୋଇଯାଇଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିବା ଏହି ଦୁଇଜଣ କୁସ୍ତି ଯୋଦ୍ଧା କିଛି ଦିନ ପୂର୍ବେ କ୍ରୀଡ଼ା ମନ୍ତ୍ରଣାଳୟକୁ ସେମାନଙ୍କ ପ୍ରସ୍ତାବ ଦେଇଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ସେମାନେ ବିଦେଶ ଗସ୍ତରେ ଯିବେ। ସେମାନେ ଆଉ ଧାରଣାରେ ବସିବେ ନାହିଁ ବୋଲି ନିକଟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ପୁନିଆ ୩୬ ଦିନ ପାଇଁ କିର୍‌ଗିଜସ୍ତାନର ଇସିକ୍‌-କୁଲ୍‌ ଅଭିମୁଖେ ଗସ୍ତ କରିବାକୁ ଥିବା ବେଳେ ଭିନେଶ ତାଙ୍କ ପ୍ରଥମ ଗସ୍ତରେ ବିଶ୍‌କେକ୍‌ଠାରେ ଏକ ସପ୍ତାହ ପାଇଁ ଏବଂ ହଙ୍ଗେରୀର ଟାଟାଠାରେ ୧୮ ଦିନ ଟ୍ରେନିଂ ନେବେ। ଭିନେଶଙ୍କ ସହିତ ଫିଜିଓଥେରାପିଷ୍ଟ ଅଶ୍ୱିନୀ ଜୀବନ ପାଟିଲ, କୋଚ୍‌ ସୁଦେଶ ଏବଂ ତାଙ୍କ ସ୍ପେୟାରିଂ ପାର୍ଟନର ସଙ୍ଗୀତା ଫୋଗଟ ମଧ୍ୟ ଯିବେ। ସେହିପରି ପୁନିଆଙ୍କ ସହ କୋଚ୍‌ ସୁଜିତ ମାନ୍‌, ଫିଜିଓଥେରାପିଷ୍ଟ ଅନୁଜ ଗୁପ୍ତା, ସ୍ପେୟାରିଂ ପାର୍ଟନର ଜିତେନ୍ଦର ଖାନ୍‌ହା ଏବଂ ଷ୍ଟ୍ରେନ୍ଥ୍‌ ଏବଂ କଣ୍ଡିଶନିଂ ଏକ୍ସପର୍ଟ କାଜି ହସନ ମଧ୍ୟ ଯିବେ। ଅଲିମ୍ପିକ ଗୋଲ୍ଡ କ୍ୱେଷ୍ଟ (ଓଜିକ୍ୟୁ) ହେଉଛି ଏକ ନନ୍‌ ପ୍ରଫିଟ୍‌ ପ୍ରମୋଶନ ଫାଉଣ୍ଡେଶନ। ଏହି ସଂସ୍ଥା ପାଟିଲ, ଗୁପ୍ତା ଓ ହସନଙ୍କ ଖର୍ଚ୍ଚ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର

ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

T20 World Cup 2026: ବାଂଲାଦେଶରେ ମ୍ୟାଚ ଆୟୋଜନ ପାଇଁ ଦାବି କଲା ପାକିସ୍ତାନ, ICCର ହେଲା ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁସ୍ତାଫିଜୁର ରହମାନକୁ ନେଇ ବିବାଦ ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ରିପୋର୍ଟ ହୋଇଛି ଯେ ପାକିସ୍ତାନ କ୍ରିକେଟ...

ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ...

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ...

ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…

ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା...

ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା...

ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩...

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ପିକନିକ୍ ଗ୍ରୁପକୁ ମାଡମାରି କଲେ ଲହୁଲୁହାଣ

ରାଇକିଆ,୧୨/୧-(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ମଣ୍ଡାସରୁ ପର୍ଯ୍ୟଟନସ୍ଥଳୀରେ ମାରପିଟ୍ ।ରବିବାର ଅପରାହ୍ନରେ ରାଇକିଆ ଅଞ୍ଚଳର ଏକ ପାରିବାରିକ ଗ୍ରୁପ୍ ପିକନିକ କରିବାକୁ ଯାଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri