ଉନ୍ନତି କରିବ ଉପାନ୍ତ ଗାଁ

ଢେଙ୍କାନାଳ ଅଫିସ, ୩୦।୯: ଦୁର୍ଗମ ଗାଁକୁ ଫିଟିବ ରାସ୍ତା। ଅପହଞ୍ଚ ଅଞ୍ଚଳରେ ପହଞ୍ଚତ୍ବ ବିକାଶ। ଗୁରୁବାର ଢେଙ୍କାନାଳ ଗସ୍ତରେ ଆସିଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଡ. ସୁରେଶ ଚନ୍ଦ୍ର ଦଳାଇ
ଶିଳ୍ପ ଜିଲାର ୩୨ ଅପହଞ୍ଚ ଗ୍ରାମକୁ ୬ମାସ ମଧ୍ୟରେ ରାସ୍ତା ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଉପାନ୍ତ ଅଞ୍ଚଳବାସୀଙ୍କୁ ମୁଖ୍ୟସ୍ରୋତରେ ଯୋଡ଼ିବା ଲାଗି ଜାରି ରହିଥିବା ପ୍ରୟାସ ଆଉ ପାଦେ ଆଗକୁ ବଢ଼ିଛି।
ଏହି ଅବସରରେ ଜିଲା ପରିଷଦ ସଭାଗୃହରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଆର୍‌ଡିସି। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଧାର୍ଯ୍ୟ ସମୟରେ କାର୍ଯ୍ୟ ସମ୍ପାଦନ ପାଇଁ ଯତ୍ନବାନ ହେବା, ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ଶିକ୍ଷା, ସ୍ବାସ୍ଥ୍ୟସେବା ପହଞ୍ଚାଇବା, ୫-ଟି ବ୍ୟବସ୍ଥାର ଅନୁପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସ୍କୁଲ ଭିତ୍ତିଭୂମି ତଦାରଖ କରିବା ଲାଗି ନିୟମିତ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ପାଇଁ ଡିଇଓ, ଏଡିଇଓ, ବିଇଓ, ଏବିଇଓଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମଧୁର ବ୍ୟବହାର ପ୍ରଦର୍ଶନ, ଆବଶ୍ୟକ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। ଗର୍ଭବତୀମାନେ ଯେପରି ଡାକ୍ତରଖାନାରେ ସୁରୁଖୁରୁରେ ପ୍ରସବ କରିପାରିବେ ସେଥିଲାଗି ଆଶା ଓ ସ୍ବାସ୍ଥ୍ୟକର୍ମୀମାନେ ସଜାଗ ରହିବାକୁ କହିଛନ୍ତି। ଜିଲାରେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷକୁ ପ୍ରୋତ୍ସାହନ ଦେବା, ଗୋପାଳନ, ମାଛଚାଷ, ଉଦ୍ୟାନ କୃଷି, ବର୍ଷାଜଳ ସଂରକ୍ଷଣକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି। ଢେଙ୍କାନାଳକୁ ଆକାଂକ୍ଷା ଜିଲା ଭାବେ ଗ୍ରହଣ କରାଯାଇଥିବାରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ପଞ୍ଜୀକୃତ ହୋଇ ନ ଥିବା ଶ୍ରମିକଙ୍କୁ ସଚେତନ କରାଇ ଅଗ୍ରାଧିକାର ଭିତ୍ତିରେ ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୫୦୦୦ ଶିକ୍ଷକ ‘ଇଚ୍‌ ୱାନ ଟିଚ୍‌ ୱାନ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସାକ୍ଷରତା ହାର ବୃଦ୍ଧି ପାଇଁ ଅଭିନବ ପ୍ରୟାସ କରିଥିବାରୁ ସେ ପ୍ରଶଂସା କରିଛନ୍ତି। ବିଦ୍ୟାଳୟରେ ସ୍ବଚ୍ଛତା ବଜାୟ ରଖିବା, ସମସ୍ତ ସୁବିଧା ଯୋଗାଇଦେବା, ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକରୁ ଅଧିକ ଛାତ୍ରୀଛାତ୍ର ଯେପରି ଏ-୧ ଗ୍ରେଡ୍‌ରେ ପାସ କରିବେ, ସେଥିପ୍ରତି ଶିକ୍ଷକମାନେ ଯତ୍ନବାନ ହେବାକୁ ଆର୍‌ଡିସି କହିଛନ୍ତି।
ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳ ସରୋଜ ସେଠୀ ଅବଗତ କରାଇଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ ଦରୱାନ, ଅତିରିକ୍ତ ଉନ୍ନୟନ ନିର୍ବାହୀ ଅଧିକାରୀ ସରୋଜ ଦତ୍ତ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ, ସିଡିଏମ୍‌ଓ ଅଶୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri