ଗାଁ’ସାଥିଙ୍କ ଲାଳସା, ଗାଁରେ କରୁଛି ସମସ୍ୟା: ଘଣ୍ଟ ଘୋଡାଉଛି ପ୍ରଶାସନ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କାମ ଯୋଗାଇବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନଙ୍କୁ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରି ଆସୁଥିବା ବେଳେ କେହି ଶୁଣୁନାହାନ୍ତି। ଏକାଧିକ ଥର ବୈଠକ କରାଯାଇଥିଲେ ସୁଦ୍ଧା ତଥାପି କିଛି ପରିବର୍ତ୍ତନ ହୋଇ ନାହିଁ l ଦିନକୁ ଦିନ କିଛି ଗାଁ ସାଥୀ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରିବା ସହ ସେମାନେ ନିଜେ ଠିକାଦାର ସାଜି ସରକାରୀ ଟଙ୍କା ଅବବ୍ୟବହାର କରୁଥିବା ସହ ଏମଜିଏନଆରଇଜିଏ, ଏନଆରଇଜିଏ ଏବଂ ଏମଏନଆରଇଜିଏ ଯୋଜନାର ଆଇନ ୨୦୦୫ ଓ ୨୦୦୯କୁ ସମ୍ପୂର୍ଣ୍ଣ ଉଲଘଂନ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ମଧ୍ୟ ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳୁନାହିଁ ବୋଲି ଆମ ଧରିତ୍ରୀ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତ ଅଧିନସ୍ତ ପଡାପଦର ଗ୍ରାମରୁ l

ମିଳିଥିବା ସୂଚନା ଅନୁଯାୟୀ, ପଡାପଦର ଗ୍ରାମର ଦୁଇ ଗାଁସାଥିଙ୍କ ଏଭଳି ମନମୁଖୀ ଦୁର୍ନୀତି କାର୍ଯ୍ୟକଳାପକୁ ନେଇ ଗତ ମାସରେ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଅନେକ ଥର ଲିଖିତ ମୌଖିକ ଅଭିଯୋଗ ହୋଇଛି। ଏନେଇ ଆମ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଗତ ଶନିବାର ଅପରାହ୍ନରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏକ ବୈଠକ କରାଯାଇଥିଲା ଏବଂ ସେଥିରେ ସ୍ଥାନୀୟ ରତନୀ ମାଝୀ,
କାର୍ଯ୍ୟନିର୍ବାହୀ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାଏକ ଗ୍ରାମ ରଜଗାର ସେବକ ମୋନୋଜ ରାଉତ, ଯୋଗାଣ ସହାୟକ ବିପିନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ଲକ୍ଷଣ ମାଝୀଙ୍କ ସମେତ ଦୁଇ ଗାଁ ସାଥି ପଙ୍କଜିନି ନାଏକ, ଅନନ୍ତ ମାଝୀ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିବାବେଳେ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ପୁରୁଷ ମହିଳା ଉପସ୍ଥିତ ରହି ବୈଠକ କରିଥିଲେ l

ବୈଠକରେ ସମସ୍ତଙ୍କ ସମ୍ମୁଖରେ ଗ୍ରାମବାସୀ ଦୁଇ ଗାଁସାଥି ମନଇଚ୍ଛା ନିଜ ପରିବାରର ଲୋକଙ୍କ ଜବକାର୍ଡ ନେଇ ଜବ ଡିମାଣ୍ଡ ମାରି ନିଜେ ନିଜେ ମାଲାମାଲ ହେଉଥିବା ଅଭିଯୋଗ ହୋଇଥିଲା। ଏହାସହ କାମରେ ବ୍ୟାପକ ଅନିୟମିତତା କରୁଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ଗ୍ରାମବାସୀ l ପରେ ଏପରି ମନରେଗାରେ ଚାଲିଥିବା ଅନେକ କାମର ଦୁର୍ନୀତି କରିବା ନେଇ ଆଲୋଚନା କରିଥିଲେ ଏହାର ଉଚିତ୍‌ ତଦନ୍ତ କରାଯାଉ ବୋଲି ମତ ସାବ୍ୟସ୍ତ କରିବା ସହ ଏଥିରେ ଗାଁ ସାଥି ଦୁଇ ଜଣଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଯେଉଁ ଦିନ ପର୍ଯ୍ୟନ୍ତ ଗାଁ ସାଥିଙ୍କ ସମସ୍ୟାର ସମାଧାନ ନ ହୋଇଛି ସେ ଦିନ ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତର ସମସ୍ତ ଏମଜିଏନଆରଇଜିଏ, ଏନଆରଇଜିଏ ଏବଂ ଏମଏନଆରଇଜିଏ ଯୋଜନାର ସବୁ କାମ ବନ୍ଦ ରଖିବାକୁ ଉପସ୍ଥିତ ବ୍ଲକ ପ୍ରଶାସନଙ୍କ ସମ୍ମୁଖରେ ଗ୍ରାମବାସୀ ନିଷ୍ପତି ନେଇଥିଲେ ଓ ପଡ଼ାପଦର ଗ୍ରାମର ଗାଁ ସାଥିଙ୍କୁ କାଢି ନୂତନ ଭାବେ ଗାଁ ସାଥି ଦିଆଯାଉ ବୋଳି ବ୍ଲକ ପ୍ରଶାସନଙ୍କ ଆଗରେ ଦାବି ରଖି କହିଥିଲେ ଗାଁସାଥିଙ୍କ ସମସ୍ୟା ବ୍ଲକ ପ୍ରଶାସନ ସମାଧାନ ନ କରେ। ତେବେ ଆଗାମୀ ଦିନରେ ଗ୍ରାମବାସୀ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ନିକଟରେ ମଧ୍ୟ ଅଭିଯୋଗ କରିବାକୁ ପଛେଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ସମସ୍ୟା ସମାଧାନ କରୁଛି ନା ଏମିତି ଦୁର୍ନୀତିକୁ ଚାପିବାକୁ ଚେଷ୍ଟା କରିବେ ତାହା ଆଗାମୀ ସମୟ କହିବ l


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri