ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଗ୍ରାମବାସୀ

କୁତ୍ରା,୧୨।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସମସ୍ତ ଭୋଟର ଏକଜୁଟ ହୋଇ କୁତ୍ରା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ମାଲୁପଡ଼ା ଗ୍ରାମବାସୀ ନିଜ ଗ୍ରାମକୁ ୯ ସରପଞ୍ଚ ପ୍ରାର୍ଥୀଙ୍କୁ ଡ଼କାଇଥିଲେ। ସେଥିମଧ୍ୟରୁ ୮ଜଣ ଆସିଥିଲେ। ଗ୍ରାମପଞ୍ଚାୟତ ତଥା ଗ୍ରାମର ଉନ୍ନତି ସକାଶେ ନିଆରା ଢଙ୍ଗରେ ୭ଟି ପ୍ରଶ୍ନ ଦେଇ ପରୀକ୍ଷା କରିଥିଲେ। ଏଥିରେ ଯେଉଁ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହେବେ ତାଙ୍କୁ ଭୋଟ ଦେବୁ ବୋଲି କହିଥିଲେ।

ଭୋଟରମାନଙ୍କର ପ୍ରଥମ ପ୍ରଶ୍ନ ହେଲା ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ କଣ। ଦ୍ୱିତୀୟ ପ୍ରଶ୍ନ ଆପଣ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଆଗାମୀ ୫ ବର୍ଷ ପାଇଁ କଣ ଲକ୍ଷ୍ୟ ରହିବ। ତୃତୀୟ ପ୍ରଶ୍ନ ଯଦି ଆପଣ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି, ତାହେଲେ ପୂର୍ବରୁ କରିଥିବା ୫ଟି ନିଃସ୍ବାର୍ଥ ସେବା କଣ। ଚତୁର୍ଥ ପ୍ରଶ୍ନ ଏବେ ଯେମିତି ଘର ଘର ବୁଲି ଭୋଟ ମାଗୁଛନ୍ତି ସେହିଭଳି ନିର୍ବାଚିତ ହେବା ପରେ ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ କି? ପଞ୍ଚମ ପ୍ରଶ୍ନ ଆପଣଙ୍କ ସ୍ବପ୍ନର ଗ୍ରାମ ପଞ୍ଚାୟତ କିଭଳି ହେବା ଆବଶ୍ୟକ। ଷଷ୍ଠ ପ୍ରଶ୍ନ ହେଲା ଆପଣଙ୍କ ଗ୍ରାମ ପଞ୍ଚାୟତରେ କେତୋଟି ଗ୍ରାମ, କେତୋଟି ୱାର୍ଡ ଓ କେତେ ଜନସଂଖ୍ୟା ଅଛନ୍ତି। ସପ୍ତମ ପ୍ରଶ୍ନ ପୂର୍ବରୁ ଥିବା ସରପଞ୍ଚଙ୍କ ବିଷୟରେ ବର୍ଣ୍ଣନା। ୮ଜଣଙ୍କ ମଧ୍ୟରୁ ମାତ୍ର ୩ଜଣ ଉତ୍ତୀର୍ଣ୍ଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ନିର୍ବାଚନ ସମୟରେ ମାଳମାଳ ନେତା ବୁଲିବୁଲି ଭୋଟ ଭିକ୍ଷା କରୁଥିବା ସହିତ ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରି ମାଲୁପଡ଼ାବାସୀ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri