ଅଚଳ ହୋଇପଡିଛି ସୋଲାର ନଳକୂପ : ପାଣି ଲାଗି ଡହଳବିକଳ ଗ୍ରାମବାସୀ

ରିଷିଡା , ୧୯।୫(ସୁଶାନ୍ତ ମଲ୍ଲିକ): ଗ୍ରାମରେ ପିଇବା ପାଣି ପାଇଁ ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଲାଗିଛି । ନଳକୂପ ମରାମତି ଅଭାବରୁ ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରିଷିଡ଼ା କୁମ୍ଭାରପଡ଼ା ଗ୍ରାମର ଥିବା ଏକ ମାତ୍ର ସୋଲାର ନଳକୂପ ନୂତନ କରି କାର୍ଯ୍ୟକରୁଥିବା ବେଳେ ଅସାବଧାନତା ଯୋଗୁ ସୋଲାର ନଳକୂପ ଅଚଳ ହୋଇ ପଡ଼ିଥିବାବେଳେ ସ୍ଥାନୀୟ ପ୍ରଶାସନ ତରଫରୁ ମରାମତି କାର୍ଯ୍ୟ କରାଯାଉନି ବୋଲି ଅଭିଯୋଗ ହୋଇଛି । ଗ୍ରାମବାସୀ କେତେ କାହାକୁ ନେହୁରା ହେଲେ ପାଣି ଟୋପାଏ ମିଳିବ ବୋଲି ଆଶା କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବକ୍ଲ ରିଷିଡା କୁମ୍ଭାରପଡ଼ା ଗ୍ରାମ ଛକରେ। ପାନୀୟ ଜଳର ଆବଶ୍ୟକତା ଥିବାରୁ ଉକ୍ତ ମୁଖ୍ୟ ରାସ୍ତା ଛକ ନିକଟରେ ସୋଲାର ନଳ କୂପ ପ୍ୟାନେଲ ବସା ଯାଇଥିଲା। ହେଲେ ସୋଲାର ନଳକୂପ ମରାମତି ଅଭାବରୁ ଅଚଳ ହୋଇପଡିଛି । ଯାହା ଫଳରେ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସେଠଙ୍କୁ ଯୋଗଯୋଗ କରାଯିବାରୁ ନୂଆ ନଳକୂପ ଖନନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସେଠ କହିଥିଲେ । ତେଣୁ ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନୂତନ ନଳକୂପ ଖନନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

 

Odisha’s No.1 Odia Daily

Share