Categories: ଜାତୀୟ

ଭୋଜି ଖାଇବା ପରେ ରକ୍ତବାନ୍ତି କଲେ ଗ୍ରାମବାସୀ

ଡେରାଡୁନ: ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏକାଠି ବସି ଖାଇଥିଲେ। ଖାଇବା ପରେ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଏମିତି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି।

ବୁଡ଼କୋଟ ତହସିଲର କ୍ୱାଲ ଗ୍ରାମରେ ଏକ ଭୋଜିରେ ୪୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଗୁରୁତର ଅସୁସ୍ଥ ଲୋକମାନଙ୍କ ନାକରୁ ରକ୍ତସ୍ରାବ ହେବା ସହ ରକ୍ତବାନ୍ତି ହୋଇଥିଲା।

ମଙ୍ଗଳବାର ରାତିରେ କ୍ୱାଲ ଗ୍ରାମରେ ସମସ୍ତ ଗ୍ରାମବାସୀ ଭୋଜି ଖାଇଥିଲେ। ସେହି ରାତିରୁ ଗ୍ରାମବାସୀଙ୍କ ବାନ୍ତି ଏବଂ ଝାଡ଼ା ହୋଇଥିଲା। ବୁଧବାର ସକାଳେ ଗ୍ରାମବାସୀ ଏ ବିଷୟରେ ଜାଣିଥିଲେ, ସେତେବେଳେ ଉତ୍ତେଜନା ପ୍ରକାଶ ପାଇଥିଲା।

ଡେପୁଟି କଲେକ୍ଟର ଚାଟାର ସିଂ କହିଛନ୍ତି, ବର୍ତ୍ତମାନ ଡାକ୍ତରଖାନାରେ ୩୮ ଜଣଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତରଙ୍କ ଏକ୍‌ ଟିମ ଦ୍ୱାରା ଚିକିତ୍ସିତ ହେଉଥିବା ଗାଁରେ ୨୦ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି।

Share