ରାଜରାସ୍ତାରେ ବସିଲେ ଗ୍ରାମବାସୀ: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ…

ଧର୍ମଶାଳା, ୨୭।୧୦(ଶିବପ୍ରସାଦ ମହାନ୍ତି): ଚଣ୍ଡିଖୋଲ ଠାରୁ ପାରାଦୀପକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରୁ କିଛି ଦୂରରେ ଗାନ୍ଧୀଛକ ନିକଟ ରାଜପଥ ଉପରେ ସ୍ଥାନୀୟ ୧୩ ପଞ୍ଚାୟତର ଲୋକେ ପ୍ରତିବାଦ ସଭା ଓ ଗଣଧାରଣା ଦେଇଛନ୍ତି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ସେଠାରେ ନିର୍ମାଣ ହେଉଥିବା ଗଳିପୋଲର ଉଚ୍ଚତା କମ ଥିବାରୁ ପ୍ରଶସ୍ତ ଗଳିପୋଲ ନିର୍ମାଣ ଦାବିରେ ଲୋକେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ। ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ରାସ୍ତା ଉପରୁ ଉଠିଥିଲେ। ଏହି ରାସ୍ତାଟି ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ରାଜପଥ ମଧ୍ୟରେ ଏକ ଗଳିପୋଳ ନିର୍ମାଣ କରାଯାଉଛି। କିନ୍ତୁ ଏହାର ଉଚ୍ଚତା କମ ଥିବା ବେଳେ ବହୁତ ଛୋଟ ରହିଛି। ଛୋଟ ଗାଡ଼ି ଏବଂ ବାଇକ ଯାତାୟାତ ସମ୍ଭବ କିନ୍ତୁ ବଡ଼ ଗାଡ଼ି ଯାତାୟାତ କରିପାରିବ ନାହିଁ। ଯାହା ଫଳରେ ପାଖାପାଖି ୧୩ ପଞ୍ଚାୟତର ହଜାର ହଜାର ଲୋକ ରାସ୍ତାର ଅପର ପାର୍ଶ୍ୱକୁ ଯିବା ପାଇଁ ବହୁତ ଦୂର ଯିବାକୁ ହେବ। ଯାହାଦ୍ୱାରା ଜରୁରୀ କାଳୀନ ସେବା ଭଳି ଗାଡ଼ି ଗୁଡ଼ିକ ଆସିବା ଯିବାରେ ମଧ୍ୟ ଅନେକ ସମୟ ବିଳମ୍ବ ହେବ। ସେହିପରି ଚାଷୀମାନେ ମଧ୍ୟ ଗାଡ଼ିରେ ଚାଷରେ ବ୍ୟବହୃତ ଗାଡ଼ି ଗୁଡ଼ିକ ବ୍ୟବହାର ପାଇଁ ମଧ୍ୟ ସମସ୍ୟା ଉପୁଜିବ। ଏ ବିଷୟରେ ବାରମ୍ବାର ପ୍ରଶାସନ ପାଖେ ଏହାର ସମାଧାନ ନିମନ୍ତେ ଜଣାଇଥିଲେ ବି ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟି ଦିଆ ଯାଇନଥିଲା। ଯାହା ଫଳରେ ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବସି ରହିଥିଲେ। ରାଜପଥର ଦୁଇ ପାଶ୍ୱରେ ଅନେକ ଗାଡ଼ି ଲମ୍ବା ଲାଇନ କରି ଛିଡା ହୋଇ ରହିଥିଲେ। ଘଟଣାସ୍ଥଳରେ ପି କେ ବର୍ମା (ଜାତୀୟ ରାଜପଥ ପି ଡି) ପହଞ୍ଚି ବୁଝାସୁଝା କରିବା ସହ ୩୦ଦିନର ସମୟ ନେଇଥିଲେ। ପରେ ଆନ୍ଦୋଳନ ହଟିଥିଲା ଏବଂ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri