ଚାଲାଣ ବେଳେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କଲେ ଗ୍ରାମବାସୀ

ବାଲିଆପାଳ, ୨୧।୮(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ-କର୍ମଦ୍ଦା ରାସ୍ତା ଛୁଟଖାନପୁର ଦେଇ ରବିବାର ରାତିରେ ୨ଟି ପିକଅପ୍‌ରେ ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଅଟକାଇ ଗାଡ଼ି ଭଙ୍ଗାରୁଜା କରିବା ସହ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଥାନା ଜିମା ଦେଇଛନ୍ତି। ବାଲିଆପାଳ ପୋଲିସ ପହଞ୍ଚତ୍ ପିକଅପ୍‌ ଭ୍ୟାନ୍‌କୁ ଜବତ କରି ଥାନାରେ ଅଟକ ରଖିଛି। ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି। ପୋଲିସ ବାଲିଆପାଳର ମୁଖ୍ୟ ଛକ, ବ୍ଲକ ଛକ, ପାରୁଳିଆ ଛକରେ ପ୍ରତିଦିନ ରାତିତମାମ ଜଗି ବସୁଥିବା ବେଳେ ସେହି ରାସ୍ତାଦେଇ କିପରି ବେଧଡ଼କ ଗୋଚାଲାଣ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।