ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା। ଶବକୁ ମିଳିନି ସମ୍ମାନ। ବିବାଦ ଯୋଗୁ ଦୂରେଇ ଯାଇଛନ୍ତି ଗ୍ରାମବାସୀ। ୩ ଦିନ ହେଲା ପଡ଼ିରହିଛି ମୃତଦେହ।
ପ୍ରାପ୍ତ ସୂଚନା ଅନୁସାରେ ଏହି ଗାଁର ବୃଦ୍ଧା ସବିତା ସାସ୍‌ମଲ ରଶି ଲଗାଇ ମଙ୍ଗଳବାର ଆତ୍ମହତ୍ୟା କରିଥିବା ନେଇ ତାଙ୍କର ବୋହୂ ତାଳଚୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସାମୁଦ୍ରିକ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀଙ୍କ ବିବାଦ ଯୋଗୁ ଶବ ସତ୍କାର କରାଇ ଦେଉ ନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

 

Share