ମୃତ ଗର୍ଭବତୀଙ୍କ ଶବକୁ ଅନ୍ତିମ ସଂସ୍କାର ବଦଳରେ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

କୁର୍ନୋଲ, ୨୯।୬- ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ଏକ ଚରମ ଅମାନବୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କର ଶବକୁ ଅନ୍ତିମ ସଂସ୍କାର କରିବା ବଦଳରେ ଜଙ୍ଗଲ ମଧ୍ୟରେ ଗଛରେ ବାନ୍ଧି ଦେଇ ପଳାଇ ଆସିଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମବାସୀ ଏଭଳି କରିଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡ଼ିଛି ଯେ, କୁର୍ନୋଲ ଜିଲାର ରୁଦ୍ରଭରମ ଅଞ୍ଚଳର ଧମେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଲାବଣ୍ୟ ୯ ମାସର ଗର୍ଭବତୀ ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ଗତ ଶୁକ୍ରବାର ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ପ୍ରସବ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମହିଳାଙ୍କ ପରିବାର ଲୋକେ ଶବକୁ ଧରି ଗ୍ରାମକୁ ଆସିଥିଲେ। ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ‘ଯେହେତୁ ମହିଳାଙ୍କ ପେଟରେ ସନ୍ତାନ ରହିଛି ତେଣୁ ତାଙ୍କର ଅନ୍ତିମ ସଂସ୍କାର ହୋଇପାରିବ ନାହିଁ। ଯଦି ଅନ୍ତିମ ସଂସ୍କାର କରାଯାଏ ତେବେ ଗ୍ରାମ ପାଇଁ ଅମଙ୍ଗଳ ହେବ’ ବୋଲି ଗ୍ରାମର ମୁଖିଆ କହିଥିଲେ। ଏହାପରେ ପରିବାର ଲୋକ ଓ ଗ୍ରାମବାସୀ ମିଶି ମହିଳାଙ୍କ ଶବକୁ ଜଙ୍ଗଲକୁ ନେଇ ଏକ ରଶି ସହାୟତାରେ ଗଛରେ ବାନ୍ଧି ଦେଇ ପଳାଇ ଆସିଥିଲେ। ତେବେ ରବିବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଅନ୍ୟ କିଛି ଗ୍ରାମର ଲୋକ ଜଙ୍ଗଲରେ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ମହିଳାଙ୍କ ଶବ ଦେଖିଥିଲେ। ଏହି ଭୟଙ୍କର ଦୃଶ୍ୟକୁ ଦେଖି ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ପକ୍ଷରୁ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri