ମନ୍ଦିରକୁ ଲାଗି ଶୌଚାଳୟ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ମାହାଙ୍ଗା,୨୨ା୫(ସ୍ବ.ପ୍ର.): ମନ୍ଦିରକୁ ଲାଗି ଶୌଚାଳୟ ନିର୍ମାଣ କରାଯାଉଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉମର ପଞ୍ଚାୟତସ୍ଥିତ ଓସ୍ତପୁର ଗ୍ରାମର ଇଷ୍ଟଦେବ ନୀଳକଣ୍ଠେଶ୍ୱର ମହାଦେବ ପରିସରରେ ଏଭଳି ଘଟଣା ଘଟିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି।
ମନ୍ଦିରକୁ ଲାଗି ପ୍ରାୟ ୩୦ରୁ ୩୫ ଫୁଟ ଛାଡି ଏକ ଶାୈଚାଳୟ ନିର୍ମାଣ କରାଯାଉଛି। ଏହାଦ୍ୱାରା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ମନ୍ଦିର ପରିସରରେ ପ୍ରଶସ୍ତ ଜାଗା ଥିବାରୁ ଶାୈଚାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା ଏନେଇ ସରପଞ୍ଚ ଶାଶ୍ୱତ ଦାସଙ୍କୁ ପଚାରିବାରୁ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ଶୌଚାଳୟ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ା ।