ପ୍ରସ୍ତାବିତ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡ଼ା,୩ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ନୂଆସାହି ଅନ୍ତର୍ଗତ ଡୁମାସ୍କା ପଦରରେ ପ୍ରସ୍ତାବିତ ସିଆର୍‌ପିଏଫ୍‌ କ୍ୟାମ୍ପକୁ ନୂଆସାହି ଗ୍ରାମ୍ୟ କମିଟିର ତିନୋଟି ଓ୍ବାର୍ଡବାସୀ ବିରୋଧ କରିଛନ୍ତି। ଏନେଇ ବାଲିଗୁଡ଼ା ତହସିଲଦାର, ଉପଜିଲାପାଳ, କନ୍ଧମାଳ ଜିଲାପାଳ, ଏନ୍‌ଏସି ଅଧ୍ୟକ୍ଷ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ, ଏବଂ ଆର୍‌ଡିସି ବ୍ରହ୍ମପୁରକୁ କ୍ୟାମ୍ପ ବନ୍ଦ ପାଇଁ ଦାବିପତ୍ର ପଠାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ପଦର ଜମିରେ ଶହ ଶହ ବର୍ଷଧରି ଗ୍ରାମବାସୀ ପାରମ୍ପରିକ ଚାଷ କରି ଆସୁଥିଲେ ଏବଂ ଚାରଣ ଭୂମି ଅଭାବରୁ ଗୋରୁ ସେହି ଜମିରେ ଚରି ଆସୁଥିବା ନଜିର ରହିଛି। ଯଦିଓ ସେହି ଜମିରେ କ୍ୟାମ୍ପ ହୁଏ ନୂଆସାହିର ଗରିବ ଗୁରୁବା ଜୀବିକା ହରାଇବେ। ଯଦି ପ୍ରଶାସନ କ୍ୟାମ୍ପ କରେ ତେବେ ଗ୍ରାମବାସୀ ସମୂହ ରାଜରାସ୍ତାକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି।