କୁମାରଗନ୍ଧଣା ଚୂନମାଟି ଖନନକୁ ଗ୍ରାମବାସୀଙ୍କ ବିରୋଧ: ଥାନା ଅଧିକାରୀଙ୍କୁ ପକାଇଦେଲେ ଖାଲରେ

କୋରାପୁଟ/ଲମତାପୁଟ,୨ା୫(ସ୍ବ.ପ୍ର/ଡି.ଏନ.ଏ.): କୋରାପୁଟ ଜିଲା ଲମତାପୁଟ ବ୍ଲକର କୁମାରଗନ୍ଧଣାସ୍ଥିତ ଏକ ଚୂନମାଟି ଖଣି ଖନନକୁ ବିରୋଧ କରି ସୋମବାର ଗ୍ରାମବାସୀ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି। ନନ୍ଦପୁର ଥାନା ଅଧିକାରୀଙ୍କୁ ଏକ ଖାଲରେ ପକାଇ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଖବରରୁ ଜଣାପଡିଛି, ଜିଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା ପଞ୍ଚାୟତରେ ଥିବା ଚୂନମାଟି ଖଣିକୁ ଯେଉଁ କମ୍ପାନୀ ଖନନ କରୁଛି, ସେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରିବା ପରେ ଖନନ ଆରମ୍ଭ କରିବାକୁ ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀ ଦାବି କରିଛନ୍ତି। ସୋମବାର କୁମାର ଗନ୍ଧଣା ପଞ୍ଚାୟତରେ ଚୂନମାଟି ଖଣି ଖନନ ଜାଗାକୁ କମ୍ପାନୀର ସୁରକ୍ଷାକର୍ମୀ ଯାଇଥିଲେ। ସେଠାରେ ପ୍ରାୟ ଶତାଧିକ ଗ୍ରାମବାସୀ ପହଞ୍ଚତ୍ ସୁରକ୍ଷାକର୍ମୀଙ୍କୁ ଅଟକାଇ ଧମକଚମକ ଦେଇଥିଲେ। ଖବରପାଇ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟଙ୍କୁ ବୁଝାଶୁଝା କରୁଥିବା ବେଳେ ହଠାତ୍‌ ଗ୍ରାମବାସୀ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ଲାକ୍ରାଙ୍କୁ ଏକ ଖାଲରେ ପକାଇ ଦେଇଥିଲୋ ଏ ନେଇ ପୋଲିସ ପୁଣି ଥରେ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ଗ୍ରାମବାସୀ ପୋଲିସଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଉପରକୁ ଆକ୍ରମଣ କରିଥିବା ପ୍ରାୟ ୫୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ନନ୍ଦପୁର ବ୍ଲକର ପାଡୁଆ ଥାନା ଅଞ୍ଚଳରେ ଅବକାରୀ ଚଢାଉ ସମୟରେ ଗଞ୍ଜେଇ ମାଫିଆ ଓ ଗ୍ରାମବାସୀ ଅବକାରୀ ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କୁ ଦୀର୍ଘ ୮ ଘଣ୍ଟା ଅଟକ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri