Posted inରାଜ୍ୟ

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମବାସୀ ମୁହାଁମୁହିଁ

ପାରଳାଖେମୁଣ୍ଡି,୧୮ା୨(ଡି.ଏନ୍‌.ଏ.):ଆନ୍ଧ୍ର ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ କେବେ ସରକାରୀ କଳ ତ ଆଉ କେବେ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ୟବହାର କରି ଓଡ଼ିଶା ସୀମାନ୍ତ ଗ୍ରାମରେ ଅସ୍ଥିରତା ସୃଷ୍ଟି କରୁଛି। ଗଜପତି ଜିଲା ସୀମାରେ ଆନ୍ଧ୍ରପ୍ରଦେଶ ତା’ର ସୀମାନ୍ତ ଗ୍ରାମବାସୀଙ୍କୁ ଉସୁକାଇ ଓଡ଼ିଶା ଜମି ଅକ୍ତିଆର କରିବାକୁ ପ୍ରୟାସ ଚଳାଇଛି। ଏହାକୁ ନେଇ ଉଭୟ ରାଜ୍ୟର ଦୁଇ ସୀମାନ୍ତ ଗ୍ରାମବାସୀ ବୁଧବାର ମୁହଁାମୁହିଁ ହୋଇଛନ୍ତି।
ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ନୂଆ ବାରଘର ଓ ଆନ୍ଧ୍ରପ୍ରଦେଶ କୋଣ୍ଡାମେରା ଗ୍ରାମବାସୀ ବୁଧବାର ମୁହାଁମୁହିଁ ହୋଇଥିଲେ। କିଛିଦିନ ହେବ କୋଣ୍ଡାମେରା ଗ୍ରାମବାସୀ ଓଡ଼ିଶା ସୀମା ମଧ୍ୟରେ ପ୍ରବେଶ କରି ବାରଘର ନିକଟରେ ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ରାସ୍ତା, ପୋଖରୀ, ଖେଳପଡ଼ିଆ ନିର୍ମାଣ ସହ ଚାଷଜମି ସମତୁଲ କରୁଛନ୍ତି। ଉକ୍ତ ଜମି ନୂଆବାରଘର ଗ୍ରାମବାସୀଙ୍କର ହୋଇଥିବାବେଳେ ସେମାନେ ବୁଧବାର ପହଞ୍ଚତ୍ କାମକୁ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ରାୟଗଡ଼ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟଁା ଓ ଆନ୍ଧ୍ରପ୍ରଦେଶର ଚିପି ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଉପସ୍ଥିତ ଥିଲେ ମଧ୍ୟ ଉଭୟ ଗ୍ରାମବାସୀ ମୁହଁାମୁହିଁ ହୋଇଥିଲେ। ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ରାୟଗଡ଼ ତହସିଲଦାର ଲିଳାବତୀ ଆଚାର୍ଯ୍ୟ ଓ ଗାରବନ୍ଧ ପୋଲିସ ପହଞ୍ଚତ୍ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ତିତ୍‌ଲିରେ ବାରଘର ଗ୍ରାମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ପାହାଡରୁ ଅତଡ଼ା ଧସି ୧୬ ଜଣଙ୍କ ପ୍ରାଣହାନି ଘଟିବା ସହ ବହୁ ଘର ମାଟିରେ ମିଶିଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରଘର ପ୍ରତି ଭବିଷ୍ୟତରେ ବିପଦ ଥିବାରୁ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର ସହ ଘର, ଚାଷଜମି ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏଠାରେ ଥଇଥାନ ସହ ଚାଷ ଜମି ପଟ୍ଟା ଦିଆଯାଇ ଚିହ୍ନଟ କରାଯାଇଥିଲା। ମାତ୍ର କୋଣ୍ଡାମେରା ଗ୍ରାମବାସୀ ଉକ୍ତ ଜମିକୁ ବଳପୂର୍ବକ ଚାଷ କରୁଛନ୍ତି ବୋଲି ବାରଘରର ପ୍ରଦୀପ ଭୂୟଁା, ଶ୍ରୀମତୀ ରାଇତା, ଧନେଶ୍ୱର ଭୂୟଁା (ରାୟଗଡ଼ ବ୍ଲକ ଅଧ୍ୟକ୍ଷ) ପ୍ରମୁଖ ପ୍ରକାଶ କରିଛନ୍ତି।
ଅନ୍ୟପଟେ କୋଣ୍ଡାମେରା ଗ୍ରାମର ବାସ ଗିରି, ଚିରଞ୍ଜୀବୀ ଶବର ପ୍ରମୁଖ ଓଡ଼ିଶାର ଏହି ଜମି ବୋଲି ସ୍ବୀକାର କରିଥିଲେ ମଧ୍ୟ ତାଙ୍କ ପୂର୍ବପୁରୁଷ ଏଠାରେ ଚାଷ କରୁଥିବାରୁ ଛାଡିବୁ ନାହିଁ ବୋଲି କହିଛନ୍ତି। ଉଭୟ ରାଜ୍ୟର ମିଳିତ ଡିମାର୍କେଶନ୍‌ ପରେ କିଛି କହିହେବ ବୋଲି ରାୟଗଡ଼ ତହସିଲଦାର କହିବା ସହ ନିର୍ମାଣ କାମ ବନ୍ଦ କରି ବିବାଦୀୟ ସ୍ଥଳରୁ ଜେସିବି ଓ ଟ୍ରାକ୍ଟର ହଟାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri