ଜଳକଷ୍ଟ ଭୋଗୁଛନ୍ତି ବନ୍ଧାମାମୁଡ଼ି ଗ୍ରାମବାସୀ

ବାଲିମେଳା,୧୫ା୩(ଶିବଦତ୍ତ ସାହୁ): ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ଜଳ ସଙ୍କଟ ଦେଖାଦେଇଛି। ମୁଖ୍ୟତଃ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଛି। ଏଭଳି ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବନ୍ଧାମାମୁଡ଼ି ଗାଁରେ। ଏହି ଗ୍ରାମରେ ଥିବା ଦୁଇଟି ସୌରଚାଳିତ ପ୍ରକଳ୍ପ ପ୍ରାୟ ୬ରୁ ୭ମାସ ହେବ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଖାଲି ଏତିକି ନୁହେଁ, ଗ୍ରାମରେ ଥିବା ୫ଟି ନଳକୂପ ମଧ୍ୟରୁ ୩ଟି ଦୀର୍ଘମାସ ହେବ ଅଚଳ ହୋଇ ପଡ଼ିଛି। ଫଳରେ ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ନକାମାମୁଡ଼ି ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୪ କି.ମି.ଦୂରରେ ବନ୍ଧାମାମୁଡ଼ି ଗ୍ରାମ ଥିବା ବେଳେ ଏହା ଉପରେ ବିଭାଗୀୟ ଅଧିକାରୀ, ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ନିର୍ବାଚିତ ଜନ ପ୍ରତିନିଧିଙ୍କ ଦୃଷ୍ଟି ପଡୁନି ।
ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭକରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ, ବ୍ଲକ ପ୍ରଶାସନ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆଗରେ ଯେତେ ନେହୁରା ହେଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମର ଶ୍ୟାମ ଖିଲ, ରାମଚନ୍ଦ୍ର ମୁଦୁଲି, ଲକ୍ଷ୍ମୀ ଖିଲ, ବୈଦ୍ୟ ହନ୍ତାଳ, ଗୁଳୁତି ମିଦୁଲି, ଲଛମି ଖରା ଓ ନୈନା ବୈରାଗୀଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ଧାମାମୁଡ଼ି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ଗାଁରେ ୫୨ରୁ ପରିବାରର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକେ ବସବାସ କରି ଆସୁଛନ୍ତି। ଗ୍ରାମବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରାୟ ୪ ବର୍ଷ ପୂର୍ବେ ଗଁାରେ ଦୁଇଟି ସୌରଚଳିତ ପାନୀୟଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା । ଗ୍ରାମବାସୀଙ୍କୁ ଜଳ ଯୋଗାଇ ଦେବାକୁ ପାଇପ୍‌ ବିଛାଯାଇ କେତେକ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । ଦୁଇଟି ଯାକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ କିଛିମାସ ପର୍ଯ୍ୟନ୍ତ ଠିକ ଚାଲିଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଗାଁରେ ଥିବା ଦୁଇଟି ଯାକ ପ୍ରକଳ୍ପ ସମ୍ପୂର୍ଣ ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଗ୍ରାମରେ ଥିବା ମୋଟ ୫ ନଳକୂପ ମଧ୍ୟରୁ କଲୋନୀରେ ଥିବା ୩ ନଳକୂପ ଅଚଳ ହୋଇପଡିଛ। ଅବଶିଷ୍ଟ ଦୁଇଟି ମଧ୍ୟରୁ ସ୍କୁଲ ପାର୍ଶ୍ୱରେ ଥିବା ନଳକୂପରୁ ହ୍ୟାଣ୍ଡେଲ ମାରିଲେ ବହୁ କଷ୍ଟରେ ହାଣ୍ଡିଏ ପାଣି ବାହାରୁଛି। ଅଙ୍ଗନଓ୍ବାଡି କେନ୍ଦ୍ରରେ ନଳକୂପ ନାହିଁ କିମ୍ବା ପାଣି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଶିଶୁ ମାନଙ୍କର ରୋଷେଇ ପାଇଁ ବାହାରୁ ପାଣି ବୋହି ଆଣିବାକୁ ବାଧ୍ୟ ହେଉଛୁ ବୋଲି କର୍ମୀ ସରୋଜିନୀ ଖରା କହିଛନ୍ତି । ଗାଁ ଲୋକେ ପ୍ରାୟ ଦେଢ଼ କି.ମି. ଦୂରରେ ଥିବା ବାଲିମେଳା ମାଟିବନ୍ଧକୁ ଯାଇ ଶୌଚହେବା ସହିତ ସେଠାରୁ ଜଳ ସଂଗ୍ରହ କରି ଅଣୁଥିବା ବହୁ ଗ୍ରାମବାସୀ କରିଛନ୍ତି ।
ପୂର୍ବରୁ ଗାଁରେ ଥିବା ଦୁଇଟି କୂଅ ଭଗ୍ନ ଅବସ୍ଥାରେ ପଡି ରହିଛି । ଏଠାରେ ଜଳ ସଙ୍କଟ ଲାଗି ରହିଥିବାରୁ ଗାଁ ଲୋକଙ୍କ ସମେତ ଗୋରୁ ଓ ଅନ୍ୟ ଗୃହପାଳିତ ପ୍ରାଣୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ଜଳ ସଙ୍କଟ ଦୀର୍ଘବର୍ଷ ଧରି ଲାଗିରହିଛି। ୨୦୧୭ରେ ସହଦେବ ବୈରାଗୀଙ୍କ ଗର୍ଭବତୀ ସ୍ତ୍ରୀ ମାରିୟମା ବୈରାଗୀ ତାଙ୍କ ୨ ବର୍ଷର ଶିଶୁକନ୍ୟାକୁ ସାଙ୍ଗରେ ନେଇ ପାଣି ଆଣିବା ପାଇଁ ଗାଁରେ ଥିବା କୂଅକୁ ଯାଇଥିଲେ। କୌଣସି କାରଣରୁ ଶିଶୁକନ୍ୟାଟି କୂଅ ଭିତରେ ଗଳି ପଡିବାରୁ ତୁରନ୍ତ ତାକୁ ଉଦ୍ଧାର କରିବା ପାଇଁ ମାରିୟାମ୍ମା କୂଅକୁ ଡେଇଁ ଉଦ୍ଧାର କରିଥିଲେ। ଶେଷରେ ମାରିୟାମ୍ମାଙ୍କ ମୃତ୍ୟୁ ହୋଇଥବା ନେଇ ଶାଶୁ ନୈନା ବୈରାଗୀ କୋହଭରା କଣ୍ଠରେ କହିଛନ୍ତି। ଏନେଇ ଜଳ ଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ରବୀନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ ଉକ୍ତ ଗ୍ରାମ ଭିତରେ ଅଚଳ ହୋଇଥିବା ସୌରଚାଳିତ ପ୍ରକଳ୍ପକୁ ମରାମତି କରିବା ଗୋଟିଏ ଟିମ୍‌କୁ ଉକ୍ତ ଗ୍ରାମକୁ ପଠାଯାଇଛି ।
ସ୍କୁଲ ପାଖରେ ଥିବା ପ୍ରକଳ୍ପର ନଳକୂପରୁ ପାଣି କମ୍‌ ବାହାରୁଛି। ସେଠାରେ ଆଉ ଗୋଟେ ନୂତନ ନଳକୂପ ଖୋଳାଯିବ। ପଞ୍ଚାୟତ ପକ୍ଷରୁ ନଳକୂପ ଖୋଲିବା ପାଇଁ ନିର୍ବାହୀ ଅଧିକାରୀ ଗାଡ଼ି ଯୋଗାଡ଼ କରିଥିବା ଯନ୍ତ୍ରୀ ବିଶ୍ୱାଳ କହିଛନ୍ତି। ଏ ସମ୍ପର୍କରେ ନାକାମାମୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଗୁରୁଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଏଥି ନିମନ୍ତେ ତୁରନ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri