କୋଭିଡ୍‌ ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ

ଦାରିଙ୍ଗବାଡି,୨୩।୫: ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସେହି ପରିବାରର ଜଣେ ଓ ସାହିରୁ ଅନ୍ୟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପଡ଼ୋଶୀ ସାହି ବୁଦେଲପଡ଼ିରେ ମଧ୍ୟ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ବୁରାଙ୍ଗିଆ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଅନେକ ଲୋକ ଭୟରେ ଜଙ୍ଗଲରେ ଲୁଚିଥିବା ଜଣାପଡ଼ିଛି । ସରକାରୀ ବାବୁମାନେ ଆସି ସେମାନଙ୍କୁ କାଳେ କୁଆଡ଼େ ନେଇଯିବେ ଭାବି ସେମାନେ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି।

ବୁରାଙ୍ଗିଆ ଅଞ୍ଚଳରେ ପ୍ରାୟ ୫୦ ପରିବାରରେ ଜ୍ୱର, ଥଣ୍ଡା ରୋଗୀ ରହିଥିବା କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଖବର ପାଇଥିଲେ। ଏନେଇ ସେ ବୁରାଙ୍ଗିଆ ଅଞ୍ଚଳ ପରିଦର୍ଶନ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଶନିବାର ଡାକ୍ତରୀ ଦଳ ସହ ଦାରିଙ୍ଗବାଡ଼ି ବିଡିଓ ଅଭିମନ୍ୟୁ ବେହେରା ଏବଂ ତହସିଲଦାର କଳାକୃଷ୍ଣ ପ୍ରଧାନ ପହଞ୍ଚି ଥିଲେ । ଜ୍ୱର ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କ ଆଣ୍ଟିଜେନ ଏବଂ ୨୩ ଜଣଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି। ପ୍ରଶାସନ ଉକ୍ତ ଗ୍ରାମର ଲୋକଙ୍କୁ ବୁଝାଶୁଝା କରି ୪୩ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବା ସାମନ୍ତରାୟ କହିଛନ୍ତି। ଏପଟେ ଡାକ୍ତରୀ ଦଳ ଏବଂ ପ୍ରଶାସନିକ ଅଧିକାରୀ ରବିବାର ବୁରାଙ୍ଗିଆ ଆସି ଲୋକଙ୍କୁ ସଚେତନ କରିଥିଲେ। ବୁରାଙ୍ଗିଆ ଏବଂ ଝାରମୁଣ୍ଡା ଗ୍ରାମର ପ୍ରବେଶ ପଥରେ ବ୍ୟାରିକେଡ୍‌ କରାଯାଇଛି। ସେହିପରି ସର୍ଭେ ପାଇଁ ଆଶା, ଅଙ୍ଗନାୱାଡ଼ି କର୍ମୀଙ୍କୁ କୁହାଯାଇଥିଲେ ସୁଦ୍ଧା ସେମାନଙ୍କୁ ସର୍ଭେଲାନ୍ସ ପାଇଁ ପିପିଇ କିଟ୍‌ ସହ ପରୀକ୍ଷା ପାଇଁ କୌଣସି କିଟ ମିଳି ନ ଥିବାରୁ ସର୍ଭେ କରାଯାଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ବିଳମ୍ବିତ ରାତିରେ ରାକେଶଙ୍କ ସହ ହୋଇଥିଲା ପ୍ରବଳ ପାଟିତୁଣ୍ଡ

ଯାଜପୁର ଅଫିସ/ ରସୁଲପୁର,୭ା୨(ଡି.ଏନ୍‌.ଏ.): ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାପୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ରୋଚକ ତଥ୍ୟ ମିଳୁଛି। ଝରାଫୁଲଙ୍କ ମୃତ୍ୟୁ କୌଣସି...

ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାର କାଉଡ଼ିଆ

ଭୁବନ,୧୨।୮(ଡି.ଏନ.ଏ.)- ଶ୍ରାବଣ ମାସର ଶେଷ ସୋମବାରରେ ଭୁବନ ବୁଦ୍ଧେଶ୍ୱର ଶୈବପୀଠରେ ୧୦ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭୋର ୪ଟାରେ ପ୍ରଭୁଙ୍କ ପୂଜାର୍ଚ୍ଚନା...

ରାଖୀ ପାଇଁ ମିଠା ଦୋକାନରେ ଭିଡ଼: ୫ ଦୋକାନ ସିଲ୍‌, ୪୦ ଦୋକାନୀଙ୍କୁ ଜରିମାନା

ଝାରସୁଗୁଡ଼ା ଅଫିସ,୩ା୮: ଝାରସୁଗୁଡ଼ାରେ ସୋମବାର ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା। ରାଖୀ ପୂର୍ଣ୍ଣିମା ଯୋଗୁ ଲୋକେ କିଣାକିଣି କରିବା ପାଇଁ ଏହି ଭିଡ଼ ହୋଇଥିଲା। ବିଶେଷକରି...

ଷ୍ଟ୍ରେଚର୍‌ରେ ଖୋଲାଖୋଲି ନିଆଯାଉଛି ମୃତଦେହ

କଟକ ଅଫିସ,୬ା୯: ଏସ୍‌ସିବି ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଖୋଲାଖୋଲି ଭାବେ ସର୍ବ ସମ୍ମୁଖରେ ଷ୍ଟ୍ରେଚର୍‌ରେ ରଖି ନିଆଯାଉଛି। ଏହାକୁ ଦେଖି ରୋଗୀ ଓ ସେମାନଙ୍କ...

ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର: ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ...

ଭିକାରୀ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ,୭ା୬(ଡି.ଏନ.ଏ.)- ଖଲ୍ଲିକୋଟ କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗତ ୧୬ ତାରିଖ ରାତିରେ ଭିକାରୀ ତରେଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ୨...

ଗୁଡ୍‌ଫ୍ରାଇଡେ ଚର୍ଚ୍ଚରେ ପାଳନ ନ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୯।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ଗୁଡ୍‌ ଫ୍ରାଇଡେ ପାଳନ ହୋବାକୁ ଥିଲା ା ଏହାକୁ ଚର୍ଚ୍ଚ ପରିସରରେ ନ କରିବା...

ଛାତ୍ରାବାସ ଛାତରୁ ଖସିଲା କଂକ୍ରିଟ

ବାଲେଶ୍ୱର ଅଫିସ, ୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରାବାସ କୋଠାରୁ ସୋମବାର ମଧ୍ୟାହ୍ନରେ କଂକ୍ରିଟ୍‌ ଖଣ୍ଡ ଖସି...

Advertisement
Archives

Model This Week