OSRTC ବସକୁ ବନ୍ଧକ ରଖିଲେ ଗ୍ରାମବାସୀ: ଦାବି ଆମକୁ ବସ ଦିଅ ତମ ବସ ନିଅ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସଆର୍‌ଟିସି (ମୁଖ୍ୟମନ୍ତ୍ରୀ ବସ ସେବା) ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ l ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମକୁ ତତ୍କାଳୀନ ଲକ୍ଷ୍ମୀ ବସ ବା ଆଜିର ମୁଖ୍ୟମନ୍ତ୍ରୀ ବସ ଚାଲିବା ଦାବି କରି ଆସୁଥିଲେ ହେଁ ପ୍ରଶାସନ ନୀରବ ରହିଥିଲା l ଏଥିନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ବଣାଇଁ ବିଡିଓଙ୍କ ପର୍ଯ୍ୟନ୍ତ ଦାବି କରୁଥିଲେ ହେଁ ସୁଫଳ ନ ମିଳିବାରୁ ଗତ ୧୯ ତାରିଖ ଦିନ ଲହୁଣୀପଡ଼ା ଠାରେ ସୁନ୍ଦରଗଡ଼ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିବାରୁ ସେଠାରେ ଜିଲାପାଳଙ୍କୁ ପୁନଃ ଅଭିଯୋଗ କରି ଅଗଷ୍ଟ ୨ ତାରିଖ ମଙ୍ଗଳବାର ମଧ୍ୟରେ ପ୍ରଶାସନ ନିଷ୍ପତ୍ତି ନ ନେଲେ ୩ ତାରିଖ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବେ ବୋଲି କହିଥିଲେ l
ଗତକାଲି ଓଏସଆର୍‌ଟିସି ବସଟି ଗୋବିନ୍ଦପୁର ଯାଇଥିଲା, ଏପରିକି ପଞ୍ଚାୟତର ମହିଳାମାନେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରି ଗାଁକୁ ନେଇଥିଲେ l ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ବସ ପୁଣି ପଛକୁ ଫେରି ଆସିବା ସମୟରେ ଶତାଧିକ ଗ୍ରାମବାସୀ ବସକୁ ଅଟକ ରଖି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଖିଛନ୍ତି ଗାଁ ଦେଇ ବସ ଚାଲିବା ଦାବିରେ ଅଟଳ ରହି ଆମକୁ ବସ ଦିଅ ତମ ବସ ନିଅ କହୁଛନ୍ତି ଗ୍ରାମବାସୀ l ଏତେ ସମୟ ଧରି ଝାମେଲା ଚାଲିଥିଲେ ମଧ୍ୟ ନାଁ ପ୍ରଶାସକ ନାଁ ପୋଲିସ କେହି ଗ୍ରାମକୁ ପହଁଞ୍ଚିନାହାନ୍ତି I ଅପରପକ୍ଷରେ ପୂର୍ବ ସରକାର ମହିଳାଙ୍କ ସୁବିଧା ପାଇଁ ଆରମ୍ଭ କରିଥିବା ଯୋଜନା ଲକ୍ଷ୍ମୀ ବସକୁ ନାମ ପରିବର୍ତ୍ତନ କରିଦେଲେ ସେବା ମିଳେ ନାହିଁ, ନବୀନ ପଟ୍ଟନାୟକଙ୍କ ମାନସିକତାକୁ କପି ପେଷ୍ଟ କଲେ ସେବା ମିଳନ୍ତା ବୋଲି ମତ ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri