OSRTC ବସକୁ ବନ୍ଧକ ରଖିଲେ ଗ୍ରାମବାସୀ: ଦାବି ଆମକୁ ବସ ଦିଅ ତମ ବସ ନିଅ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସଆର୍‌ଟିସି (ମୁଖ୍ୟମନ୍ତ୍ରୀ ବସ ସେବା) ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ l ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମକୁ ତତ୍କାଳୀନ ଲକ୍ଷ୍ମୀ ବସ ବା ଆଜିର ମୁଖ୍ୟମନ୍ତ୍ରୀ ବସ ଚାଲିବା ଦାବି କରି ଆସୁଥିଲେ ହେଁ ପ୍ରଶାସନ ନୀରବ ରହିଥିଲା l ଏଥିନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ବଣାଇଁ ବିଡିଓଙ୍କ ପର୍ଯ୍ୟନ୍ତ ଦାବି କରୁଥିଲେ ହେଁ ସୁଫଳ ନ ମିଳିବାରୁ ଗତ ୧୯ ତାରିଖ ଦିନ ଲହୁଣୀପଡ଼ା ଠାରେ ସୁନ୍ଦରଗଡ଼ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିବାରୁ ସେଠାରେ ଜିଲାପାଳଙ୍କୁ ପୁନଃ ଅଭିଯୋଗ କରି ଅଗଷ୍ଟ ୨ ତାରିଖ ମଙ୍ଗଳବାର ମଧ୍ୟରେ ପ୍ରଶାସନ ନିଷ୍ପତ୍ତି ନ ନେଲେ ୩ ତାରିଖ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବେ ବୋଲି କହିଥିଲେ l
ଗତକାଲି ଓଏସଆର୍‌ଟିସି ବସଟି ଗୋବିନ୍ଦପୁର ଯାଇଥିଲା, ଏପରିକି ପଞ୍ଚାୟତର ମହିଳାମାନେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରି ଗାଁକୁ ନେଇଥିଲେ l ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ବସ ପୁଣି ପଛକୁ ଫେରି ଆସିବା ସମୟରେ ଶତାଧିକ ଗ୍ରାମବାସୀ ବସକୁ ଅଟକ ରଖି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଖିଛନ୍ତି ଗାଁ ଦେଇ ବସ ଚାଲିବା ଦାବିରେ ଅଟଳ ରହି ଆମକୁ ବସ ଦିଅ ତମ ବସ ନିଅ କହୁଛନ୍ତି ଗ୍ରାମବାସୀ l ଏତେ ସମୟ ଧରି ଝାମେଲା ଚାଲିଥିଲେ ମଧ୍ୟ ନାଁ ପ୍ରଶାସକ ନାଁ ପୋଲିସ କେହି ଗ୍ରାମକୁ ପହଁଞ୍ଚିନାହାନ୍ତି I ଅପରପକ୍ଷରେ ପୂର୍ବ ସରକାର ମହିଳାଙ୍କ ସୁବିଧା ପାଇଁ ଆରମ୍ଭ କରିଥିବା ଯୋଜନା ଲକ୍ଷ୍ମୀ ବସକୁ ନାମ ପରିବର୍ତ୍ତନ କରିଦେଲେ ସେବା ମିଳେ ନାହିଁ, ନବୀନ ପଟ୍ଟନାୟକଙ୍କ ମାନସିକତାକୁ କପି ପେଷ୍ଟ କଲେ ସେବା ମିଳନ୍ତା ବୋଲି ମତ ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri