ଟୋକିମରା ପର୍ବ ପାଇଁ ଗାଁରୁ ସହର ଚଳଚଞ୍ଚଳ: ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ଆସନ୍ତା ୨୮ରେ…

ଥୁଆମୂଳ ରାମପୁର,୧।୧୨-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ମା’ମାଟି, ମା’ମାଟି ଦେବତାଙ୍କର ପୂଜା ସକାଶେ ଗାଁ ଠାରୁ ସହର ଏବେଠୁ ଚଳଚଞ୍ଚଳ ହେଲାଣି। ଆଦିବାସୀମାନଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ ଟୋକି ମରା ପର୍ବ। ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ପୂର୍ବ ପୁରୁଷଙ୍କ ଅମଳରୁ ଚାଲି ଆସୁଥିବା ଏହି ପର୍ବ ପରମ୍ପରା ଅନୁଯାୟୀ ପ୍ରତି ୨୦ ବର୍ଷକୁ ଥରେ ଟୋକି ପର୍ବ ଭାବେ ପରିଚିତ ରହି ଧରଣୀ ଖୁଣ୍ଟରେ ଗଡରା ବଳି ଦିଆଯାଇଥାଏ । ଏହି ବିଶ୍ୱାସରେ ପୁରାତନ ଯୁଗରୁ ପାଳନ ହୋଇ ଆସୁଥିବା ଅଞ୍ଚଳର ମୁଖ୍ୟ ପର୍ବ ଟୋକି ମରାକୁ ନେଇ ଆନନ୍ଦ ଉଲ୍ଲାସ ଦେଖାଦେଇଛି । ଏହି ଅବସରରେ ରବିବାର ଗୋପାଳପୁର ଗ୍ରାମପଞ୍ଚାୟତ ସଦର ସ୍ଥିତ ବେନ୍ଦାଝଲା ଗ୍ରାମଠାରେ ଗଣ୍ଠି ବନ୍ଧା ଉତ୍ସବ ବେଶ ଧୂମ୍‌ଧାମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଖପାଖ ଗାଁର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଖଣ୍ଡ ଗ୍ରାମବାସୀ ଆସି ଉପସ୍ଥିତ ରହି ପର୍ବ ପାଳନ ଉପରେ ଆଲୋଚନା କରି ନିଜ ନିଜ ଗାଁ ଫେରି ଯାଇଛନ୍ତି । ଏନେଇ ଆୟୋଜିତ ଗାଁର ଯାନୀ, ଦିଶାରି, ଗୁରମା ଏମାନଙ୍କ ମଧ୍ୟରେ ଏବେଠୁ ଅବଗଣନା ଆରମ୍ଭ ହେଲାଣି। ଚଳିତବର୍ଷ ବ୍ଳକର ବେନ୍ଦାଝଲା ଗାଁରେ ଟୋକି ମରା ପର୍ବ ପାଳନ ହେବାକୁ ଯାଉଥିବା ବେଳେ ରବିବାର ଗଣ୍ଠି ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଆସନ୍ତା ଡିସେମ୍ବର ୨୮ ତାରିଖ ଟୋକି ମରା ପର୍ବ ବେନ୍ଦାଝଲା ଗାଁରେ ଆୟୋଜିତ ହେବାର ଧାର୍ଯ୍ୟ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମର ଧରଣି ଖଣ୍ଟଠାରେ ସେଦିନ ଏକ ଗୃହ ପାଳିତ ପଶୁ ଯାହାକି ମେଣ୍ଢାକୁ ବଳି ଦିଆଯିବ। ସେହି ମେଣ୍ଢା ମାଂସ ବା (ତୁପୁକା)କୁ ଆଣି ଆସିବା ପାଇଁ ପୁଣି ଶହ ଶହ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଏକତ୍ରୀତ ଭାବରେ ବେନ୍ଦାଝଲା ଗାଁ ଠାରେ ୨୦୨୫ ବର୍ଷର ଟୋକି ମରା ପର୍ବ ପାଳନ କରିବେ। ଏହି ଅବସରରେ ଅତିଥି ଭାବରେ କଳାହାଣ୍ଡି ଜିଲା କଂଗ୍ରେସ ଦଳର ସାଂସଦ ପ୍ରାର୍ଥିନୀ ଦ୍ରୌପଦୀ ମାଝୀ, ବରିଷ୍ଠ ସମାଜ ସେବୀ ଦେବେନ୍ଦ୍ର କୁମାର ନାଏକ, ବିଜେଡି ଦଳର କାର୍ଯ୍ୟକାରୀ ସଭାପତି ଫୋଟ ସିଂ ଭୋଇ, ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଗ୍ରାମରୁ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ॥

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ଏୟାରଷ୍ଟ୍ରାଇକ ପରେ ତାଲିବାନର ବଡ଼ ଘୋଷଣା, ଆଉ ଆଲୋଚନା ନୁହେଁ-ପାକିସ୍ତାନ ଉପରେ ପ୍ରତିଶୋଧ….

ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ଏବେ ଏକ ମାସ ଅତିକ୍ରମ କରିବାକୁ ଯାଉଛି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri