Categories: ଜାତୀୟ

ବିକାଶ ଦୁବେଙ୍କ ମୃତ୍ୟୁ ଖବର ଜାଣିବା ପରେ ମିଠା ବାଣ୍ଟିଲେ ଗ୍ରାମବାସୀ

କାନପୁର,୧୦।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ତେବେ କାନପୁରର ବିକାରୁ ଗ୍ରାମବାସୀ ଏହି ଖବର ପାଇବା ପରେ ଗାଁରେ ମିଠାବାଣ୍ଟିଥିବା ଦେଖାଯାଇଛି। ହିଷ୍ଟ୍ରି-ସିଟରଙ୍କ ମୃତ୍ୟୁରେ ଗ୍ରାମବାସୀ ଖୁବ୍‌ ଖୁସିଥିବା ଦେଖାଯାଇଥିଲା। ସେମାନେ କହିଥିଲେ ଏବେ ଆମେ ସମସ୍ତେ ବହୁତ ଖୁସି। ଆମକୁ ଲାଗୁଛି ଯେମିତି ଏବେ ଆମେ ସମ୍ପୂର୍ଣ୍ଣ ମୁକ୍ତ ହୋଇ ଯାଇଛୁ। ଆତଙ୍କବାଦର ଗୋଟିଏ ଯୁଗ ଶେଷ ହେବା ଭଳି ମନେହେଉଛି। ଏହା ଗ୍ରାମବାସୀଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା। ସୂଚନାଯୋଗ୍ୟ, ବିକାଶ ଦୁବେ ଏକ ଏନ୍‌କାଉଣ୍ଟରରେ ୮ ପୋଲିସଙ୍କୁ ହତ୍ୟା କରିଥିବା ବେଳେ ଶୁକ୍ରବାର ପୋଲିସ ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ହୋଇଛି।

Share