ବିଦ୍ୟୁତ୍‌ କର୍ମଚାରୀଙ୍କୁ ରାତି ତମାମ ଅଟକ ରଖିଲେ ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୨୫।୪(ଡି.ଏନ.ଏ.): ବିଦ୍ୟୁତ୍‌କାଟ ଓ ଲୋ ଭୋଲ୍‌ଟେଜକୁ ନେଇ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ କାର୍ଯ୍ୟାଳୟଠାରେ ଦୁଇ ଗ୍ରାମବାସୀ ଓ ବିଦ୍ୟୁତ୍‌ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ୨ ଗ୍ରାମର ଉପଭୋକ୍ତା ମିଶି ୮ ଜଣ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗ୍ରାମକୁ ଉଠାଇ ନେଇଥିଲେ। ଦୀର୍ଘ ୮ ଘଣ୍ଟା ବନ୍ଧକ ପରେ ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ଓ ଗ୍ରାମର ବୁଦ୍ଧିଜୀବୀଙ୍କ ସହ ଆଲୋଚନା ପରେ ପୋଲିସ ଉପସ୍ଥିତିରେ କର୍ମଚାରୀଙ୍କୁ ଛାଡିଥିଲେ।
ସୂଚନା ମୁତାବକ, ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଶ୍‌ କିଛି ଦିନ ହେବ ବିଦ୍ୟୁତ୍‌ ବିଭାଗର ତୁହାକୁ ତୁହା ବିଦ୍ୟୁତ୍‌କାଟ୍‌ ହେଉଥିଲା। ଶନିବାର ମଧ୍ୟରାତ୍ରିରେ ରାଣୀଭୂମି ଏବଂ ଆଜ୍ଞାପ୍ରସାଦ ଗ୍ରାମର ୧୦୦ ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏକତ୍ରିତ ହୋଇ ଜଗନ୍ନାଥପ୍ରସାଦସ୍ଥିତ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରଠାରେ ପହଞ୍ଚତ୍ ବିଦ୍ୟୁତ୍‌ କାହିଁକି ନାହିଁ ପ୍ରଶ୍ନ କରିବାରୁ ସେଠାରେ ଥିବା ବିଭାଗର ସୁପରଭାଇଜର ଅତିଷ୍ଠ ହୋଇ ପଡ଼ିଥିଲେ। ଗ୍ରାମର ଉପଭୋକ୍ତା ମିଶି ରାଣୀଭୂମି ଗ୍ରାମକୁ ୨ ଜଣ ଓ ଆଜ୍ଞାପ୍ରସାଦ ଗ୍ରାମକୁ ୬ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଘଟଣାସ୍ଥଳରୁ ନିଜ ଗ୍ରାମକୁ ନେଇଯାଇଥିଲେ। ରାତି ତମାମ ଗ୍ରାମବାସୀଙ୍କୁ ଛାଡ଼ିଦେବାକୁ କର୍ମଚାରୀମାନେ ଗୁହାରି କଲା ପରେ ମଧ୍ୟ ଗ୍ରାମବାସୀ ତାଙ୍କୁ ଯିବାକୁ ସୁଯୋଗ ଦେଇନଥିଲେ। ବେଲଗୁଣ୍ଠା ଜେଇ ରଞ୍ଜନ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ ଜଗଜିତ ଦାସ ମହାପାତ୍ର, ଏସ୍‌ଡିଓ ଆଦିତ୍ୟ କୁମାର ଦାସ ଜଗନ୍ନାଥପ୍ରସାଦ ଥାନାଧିକାରୀଙ୍କୁ ଜଣାଇଥିଲେ। ପୋଲିସ ଟିମ ରବିବାର ସକାଳ ୬ଟାରେ ଗ୍ରାମରେ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ରାଜି ହୋଇନଥିଲେ। ଶେଷରେ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ୧୦ଦିନ ମଧ୍ୟରେ ଅସୁବିଧା ପୂରଣ ପାଇଁ ଆଶ୍ୱାସନା ଦେବାରୁ ସମସ୍ତ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗଁା ଲୋକେ ଛାଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri