ବିକାଶ ଅପହଞ୍ଚ, ହନ୍ତସନ୍ତ ହେଉଛନ୍ତି ପୁରୁଣା ସଲା ଗୁଡ଼ା ଗ୍ରାମବାସୀ

ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏବେ ମଧ୍ୟ ସେହି ଯୋଜନାରୁ ବଞ୍ଚିତ ଅନେକ ଗାଁ। ବିଶେଷ କରି ଗ୍ରୀଷ୍ମପ୍ରବାହ ଜାରି  ରହିଛି ନଦୀ, ନାଳ ପୋଖରୀ ସବୁ ଶୁଖିଯାଇଛି । ଗ୍ରାମାଞ୍ଚଳରେ ପାନୀୟ ଜଳର ସମସ୍ୟା ବଢ଼ିବାରେ ଲାଗିଛି ।ରାସ୍ତା ନାହିଁତ ବିକାଶ ନାହିଁ। ପାନୀୟ ଜଳ ସାଙ୍ଗକୁ ଯାତାୟାତ ପାଇଁ ରାସ୍ତା ପ୍ରମୁଖ ସମସ୍ୟା ସାଜିଛି କନ୍ଧମାଳ ଜିଲe ତୁମୁଡିବନ୍ଧ ବ୍ଲକ କରୁକୁଡୁପା ପଞ୍ଚାୟତର ପୁରୁଣା ସଲାଗୁଡ଼ା ଗ୍ରାମରେ।

ଏହି ଗ୍ରାମରେ ଦଶ ପରିବାରର ବସ ବାସ କରନ୍ତି । ପାନୀୟ ଜଳର ସମସ୍ୟା ରହିଛି। ଗ୍ରାମରେ ନଳକୂପ, ଗାଡ଼ିଆ ପୋଖରୀ ନାଳ ସବୁ ଶୁଖି ଯାଇଛି । ପିଇବା ପାଣିର ସମସ୍ୟା ବଢ଼ିବାରେ ଲାଗିଛି । ତିନି ମାସ ହେବ ଭୂତଳ ଜଳ ଯୋଗାଇ ଦେବାକୁ ପାଇପ ସଂଯୋଗ କରାଯାଇଛି । ହେଲେ ପାନୀୟ ଜଳଯୋଗାଣ କରାଯାଉନାହିଁ । ଫଳରେ ଗ୍ରାମ ମହିଳାମାନେ ଟୁଣ୍ଡାଙ୍ଗ ଗାଡା ନାଳର ଏକ ପରିତ୍ୟକ୍ତ ପଥର ଗାଡ଼ିଆରୁ ଗୋଳିଆ ପାଣିକୁ ପିଇବା ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଯାହା ଫଳରେ ଗ୍ରାମର ବହୁତ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହୁଅନ୍ତି। ଆଉ କିଛି ଦିନ ପରେ ଉକ୍ତ ପଥର ଗାଡ଼ିଆର ପାଣି ମଧ୍ୟ ଶୁଖିଯିବ। ଫଳରେ ପାନୀୟ ଜଳର ସମସ୍ୟା ଦ୍ବିଗୁଣିତ ହେବ ବୋଲି ଗ୍ରାମର ମହିଳା ପ୍ରିୟଙ୍କା ବେନିଆ କହିଛନ୍ତି।

ଏହା ସାଙ୍ଗକୁ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ । କରୁକୁଡୁପା ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରିବା ପାଇଁ ଟୁଣ୍ଡାଙ୍ଗ ଗାଡା ନାଳ ବାଧକ ସାଜିଛି । ବର୍ଷା ଦିନ ସେହି ନାଳରେ ବର୍ଷା ପାଣି ବଢ଼ିଯାଏ । ଫଳରେ ତିନି ମାସ ଯାତାୟାତ ପୁରା ଠପ ହୋଇଯାଏ। ଗ୍ରାମ ଠାରୁ ଦୁଇ କିମି ଦୂର ବିରିଙ୍ଗିଆ ଗ୍ରାମ ଠାରେ ରହିଛି ସ୍କୁଲ। ପିଲାମାନେ ବର୍ଷା ଦିନେ ଉକ୍ତ ରାସ୍ତା ଦେଇ ପାଠ ପଢିବା ପାଇଁ ଯାଇ ପାରନ୍ତି ନାହିଁ। ସେହିପରି ଖରା ଦିନ ସେହି ନାଳରେ ପାଣି ଶୁଖି ଯାଏ। ଖାଲ ଖମା ଆବୁଡା ଖାବୁଡା ଚଲା ରାସ୍ତାରେ ଯାତାୟତ କରନ୍ତି ଗ୍ରାମବାସୀ। ଗ୍ରାମରେ କେହି ଜ୍ୱର ବେମାରରେ ପଡ଼ନ୍ତି ତେବେ ଖଟ ଦଉଡ଼ି ପାଲଟେ ୧୦୮ଆମ୍ବୁଲାନ୍ସ। ଦୁଇ କିମି ରାସ୍ତା ବୋହି ନେବାକୁ ପଡ଼େ।

ରାଶନ ଚାଉଳ ସହିତ ଅନ୍ୟାନ୍ୟ ଅତି ଆବଶ୍ୟକୀୟ ଜିନିଷ ପତ୍ର ବୋହି ନେବା ଆଣିବାରେ ବହୁତ ଅସୁବିଧା ହୁଏ।ନୂତନ ରାସ୍ତା ନିର୍ମାଣ ସହିତ ଟୁଣ୍ଡାଙ୍ଗ ଗାଡା ନାଳରେଏକ ପୋଲ ନିର୍ମାଣ ପାଇଁ ବହୁବାର ସରପଞ୍ଚ ସମେତ ସରକାରୀ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ । ଏହି ବାବଦରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନ ବିହାରୀ ହରପାଲ ତୁରନ୍ତ ପିଇବା ପାଣି ବ୍ୟବସ୍ଥା କରାଯିବା ସହିତ ରାସ୍ତା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?