ଗୋଚର ଜାଗା ଦଖଲ: ରାସ୍ତାରୋକୋ କଲେ ଗ୍ରାମବାସୀ

ବାରଙ୍ଗ,୨୦ା୧(ଡି.ଏନ୍‌.ଏ.): ବାରଙ୍ଗ-ଫକୀରପଡ଼ା ଗାଁ ମୁଣ୍ଡରେ ଫକୀରପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଫକୀରପଡ଼ା ଗାଁ ମୁଣ୍ଡରେ ଥିବା ଗୋଚର ସରକାରୀ ଜାଗାରେ ଗାଁର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରୁଥିଲେ। କିନ୍ତୁ ଜଣେ ବ୍ୟକ୍ତି ଏହି ଜାଗାକୁ ଦଖଲରେ ନେବାରୁ ବିବାଦ ଦେଖାଦେଇଛି।

ଗ୍ରାମବାସୀ ବାରଙ୍ଗ ତହସିଲଦାରଙ୍କୁ ଭେଟି ଜାଗା ଉଚ୍ଛେଦ ପାଇଁ କହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ରାସ୍ତାରେ ବସିଛନ୍ତି। ଖବର ପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରୁଛି।