ଗ୍ରାମବାସୀ-ବନ କର୍ମଚାରୀ ମୁହାଁମୁହିଁ

କପ୍ତିପଦା,୧।୧(ଡି.ଏନ.ଏ.): ବନ ବିଭାଗର ଏକ ଗୃହ ନିର୍ମାଣକୁ ନେଇ ଗ୍ରାମବାସୀ ଓ ବିଭାଗୀୟ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପ୍ରକାଶ ଯେ, ଶିମିଳିପାଳ ପାଦଦେଶରେ ଥିବା ବାଲିନାଳ ନିକଟରେ ଜଙ୍ଗଲ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ଏକ ଘର ନିର୍ମାଣ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଯେଉଁ ଘରେ ବନ ବିଭାଗ କର୍ମଚାରୀମାନେ ରହିବା ସହ ଜଙ୍ଗଲ ସୁରକ୍ଷା ଉପରେ ନଜର ରଖିପାରିବେ। ମାତ୍ର ଘର ନିର୍ମାଣ ଲାଗି ଲେଆଉଟ୍‌ ଦେବାକୁ ଯାଇଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉପରେ ଗ୍ରାମବାସୀ ଆକ୍ରମଣ କରିଥିଲେ। ଗ୍ରାମର ମହିଳା ଓ ପୁରୁଷ ସେମାନଙ୍କୁ ଠେଲାପେଲା କରିଥିଲେ। ପରେ ବନ ବିଭାଗ କର୍ମଚାରୀ ସେଠାରୁ ଫେରି ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି।