ତେଜିଲା ଆନ୍ଦୋଳନ, ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

ଭୋଗରାଇ,୧୯ ।୬(ଡି.ଏନ.ଏ.): ମାଟି ହେଉଛି ପ୍ରକୃତିର ଦାନ। ଏହି ମାଟିରେ ଆମେ ବହୁ ଲହୁ ଲୁହ ଦେଇ ଜୀବନ ନିର୍ବାହ କରୁଛୁ। ଧୂ ଧୂ ବାଲିପନ୍ତାରେ ଖରାବର୍ଷାକୁ ଖାତିର ନ କରି ପାନ ବରଜ, କାଜୁ, ନଡ଼ିଆ, କୁକୁଡ଼ା ଫାର୍ମ କରି ପରିବାର ପ୍ରତିପୋଷଣ କରୁଛୁ। ଏହି ମାଟି ଆମ ଗରିବ ଗୁରୁବାଙ୍କ ଜୀବନ ଜୀବିକାକୁ ନିର୍ଦ୍ଧାରଣ କରୁଛି। ସରକାର ଜୋର ଜବରଦସ୍ତ କରି ଆମକୁ ଏଠାରୁ ଉଚ୍ଛେଦ କଲେ ମରିବୁ ପଛେ ଆମ ଭିଟାମାଟି ଛାଡ଼ିବୁ ନାହଁି ବୋଲି ପ୍ରଶାସନକୁ ଋଣ ହୁଙ୍କାର ଦେଇଛନ୍ତି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଅଭୟମହଲର ଗ୍ରାମବାସୀ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ପ୍ରସ୍ତାବିତ ୨୧୨ କୋଟିର ଦ୍ୱିତୀୟ ମେଗା ପାନୀୟଜଳ ପ୍ରକଳ୍ପ ନିମନ୍ତେ ପ୍ରଶାସନ ପକ୍ଷରୁ ଗତ ୨୯।୧୦।୨୧ରେ ରାଜସ୍ବ ବିଭାଗ ଓ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଲଗାତର ଭାବେ ସେଠାରେ ପାନୀୟ ଜଳ ପ୍ରକଳ୍ପ ସ୍ଥାନାନ୍ତର ଦାବିରେ ଦିବାରାତ୍ର ଗ୍ରାମବାସୀମାନଙ୍କ ପକ୍ଷରୁ ଆନ୍ଦୋଳନକୁ ତେଜିୟାନ କରାଯାଇଥିଲା। ଗ୍ରାମବାସୀଙ୍କ ମେଳି ଓ ଉତ୍ତେଜନାକୁ ଲକ୍ଷ୍ୟ ରଖି ପ୍ରଶାସନ ସହିତ ପାନୀୟ ଜଳ ପ୍ରକଳ୍ପ କମ୍ପାନୀ ଜାଗା ଅଧିଗ୍ରହଣ ପାଇଁ ସାହସ କରିପାରି ନ ଥିଲେ। ଦୀର୍ଘ ୮ମାସ ନୀରବତା ପରେ ହଠାତ୍‌ ଗତ ଶୁକ୍ରବାର ସନ୍ଧ୍ୟାରେ ଭୋଗରାଇ ତହସିଲଦାର, ପାନୀୟଜଳ ପ୍ରକଳ୍ପ କମ୍ପାନୀର ଅଧିକାରୀ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କରୁଥିବା ବେଳେ ଶତାଧିକ ଗ୍ରାମବାସୀ ଉପସ୍ଥିତ ହୋଇ ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କ ସହିତ ପ୍ରଶାସନର କଥା କଟାକଟି ହେବାରୁ ସ୍ଥିତି କ୍ରମଶଃ ଜଟିଳ ହୋଇ ପଡ଼ିଥିଲା। ଦୀର୍ଘ ସମୟ ଏଭଳି ସ୍ଥିତି ଲାଗିବାରୁ ଆନ୍ଦୋଳନକାରୀ ଗ୍ରାମବାସୀମାନେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଥିଲେ। ପୋଲିସ ଲାଠି ଧରି ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ପ୍ରସ୍ତୁତ ରହିଥିବାର ନଜରକୁ ଆସିଥିଲା। ପରିସ୍ଥିତିକୁ ଉପଲବ୍ଧତ୍ କରି ପ୍ରଶାସନ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲା। ଶନିବାର ପୂର୍ବାହ୍ନରେ ପ୍ରକଳ୍ପ ସ୍ଥାନରୁ ଗ୍ରାମବାସୀଙ୍କ ପକ୍ଷରୁ ପୁଣି ଦିବାରାତ୍ର ଅନଶନ ଚାଲୁ ରହିଥିବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri