ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ ଆବଶ୍ୟକ ରାସ୍ତା ନ ଥିବା ବେଳେ ପାନୀୟ ଜଳ ଅଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ସେହିପରି ଆବାସ ଯୋଜନାରେ ଅନେକ ଯୋଗ୍ୟ ବ୍ୟକ୍ତି ସାମିଲ ହୋଇନାହାନ୍ତି।

ଫଳରେ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମର ସମସ୍ୟା ସମ୍ପର୍କରେ ବିଭିନ୍ନ ସମୟରେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ସେହି ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମଧ୍ୟ ଗ୍ରାମର ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଗ୍ରାମର ସମସ୍ୟା ନ ସୁଧୁରିଲେ ରାବୁଗୁଡ଼ା ଗ୍ରାମର ସମସ୍ତ ଭୋଟର ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ଗାଁ ଭିତରେ ପଶେଇ ଦେଉନାହାନ୍ତି। ଗାଁ ଭିତରେ ପ୍ରଚାର ମନା ବୋଲି ରୋକ୍‌ଠୋକ୍‌ ଜଣାଇବା ସହ ଏଥିପାଇଁ ଗାଁ ମୁଣ୍ଡରେ ବାଡ଼ ଘେରାଇବା ସହ ଫଳକ ମଧ୍ୟ ଲଗାଇଛନ୍ତି। ଏପରିକି ଗାଁ ପ୍ରବେଶ ପଥ ରାସ୍ତା ମଧ୍ୟ ବନ୍ଦ କରାଯାଇଛି। ନିଜ ଅଧିକାର ପାଇଁ ଏହି ଅଭିନବ ପ୍ରତିବାଦ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ବୋଲି ନିକଟସ୍ଥ ଗ୍ରାମର ଲୋକେ କହିଛନ୍ତି। ଆବଶ୍ୟକ ହେଲେ ରାବୁଗୁଡ଼ା ଗ୍ରାମର ଲୋକଙ୍କ ସହ ସେମାନେ ମଧ୍ୟ ସାମିଲହେବେ ବୋଲି କହିଛନ୍ତି।

ରାବୁଗୁଡ଼ା ଗ୍ରାମରେ ୩୧ ଆଦିବାସୀ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ପ୍ରାୟ ୫୦୦। ସରକାରଙ୍କ ବିଭିନ୍ନ ଯୋଜନାରୁ ଆଜି ବି ଏହି ଗ୍ରାମବାସୀ ବଞ୍ଚତ୍ତ ରହିଛନ୍ତି। ଗାଁରେ ପାନୀୟଜଳର ସୁବିଧା ନ ଥିବାରୁ ଗ୍ରାମବାସୀ ବାଧ୍ୟହୋଇ ଝରଣାପାଣି ବ୍ୟବହାର କରୁଛନ୍ତି। ସେହିପରି ଆଦିବାସୀ ପରିବାରକୁ ଆବାସ ଯୋଜନାରେ ସାମିଲ ପାଇଁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ଷାଋତୁରେ କଲ୍ୟାଣୀ ନଦୀ ବାଟ ଓଗାଳୁଥିବାରୁ ଅଧିକାଂଶ ସମୟ ଏହି ଗ୍ରାମ ଜଳବନ୍ଦୀ ରହୁଛି। ଗ୍ରାମବାସୀ ଏମିତି ନାନା ସମସ୍ୟା ଭିତରେ ପେଷି ହେବାପରେ ଏହି ଅଭିନବ ପ୍ରତିବାଦ କରିଛନ୍ତି। ଆଉ ଗାଁ ମୁଣ୍ଡରେ ବାଡ଼ ବେଢି ପ୍ରଚାର ପାଇଁ ଆସିବେ ନାହିଁ ବୋଲି ଫଳକ ଲଗାଇବା ପରେ କୌଣସି ରାଜନୈତିକ ଦଳ ଗାଁ ଭିତରକୁ ଯିବାକୁ ସାହସ କରୁନାହାନ୍ତି । ଏ ସମ୍ପର୍କରେ କଲ୍ୟାଣସିଂହପୁର ବିଡିଓ ମନୀଷା ଦାସ କହିଛନ୍ତି, କଲ୍ୟାଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ଜଣାଯାଇଛି। ଖୁବ୍‌ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ କରାଯିବ। ଆବାସ ଯୋଜନା ତଥ୍ୟ ସଂଗ୍ରହ ହେଉଛି। ଏଥିସହ ସେହି ଗ୍ରାମର ଭୋଟର କିଭଳି ଭୋଟଦାନ କରିବେ ସେ ନେଇ ସଚେତନତା କରାଯାଉଛି ବୋଲି ବିଡିଓ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri