ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ ଆବଶ୍ୟକ ରାସ୍ତା ନ ଥିବା ବେଳେ ପାନୀୟ ଜଳ ଅଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ସେହିପରି ଆବାସ ଯୋଜନାରେ ଅନେକ ଯୋଗ୍ୟ ବ୍ୟକ୍ତି ସାମିଲ ହୋଇନାହାନ୍ତି।

ଫଳରେ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମର ସମସ୍ୟା ସମ୍ପର୍କରେ ବିଭିନ୍ନ ସମୟରେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ସେହି ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମଧ୍ୟ ଗ୍ରାମର ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଗ୍ରାମର ସମସ୍ୟା ନ ସୁଧୁରିଲେ ରାବୁଗୁଡ଼ା ଗ୍ରାମର ସମସ୍ତ ଭୋଟର ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ଗାଁ ଭିତରେ ପଶେଇ ଦେଉନାହାନ୍ତି। ଗାଁ ଭିତରେ ପ୍ରଚାର ମନା ବୋଲି ରୋକ୍‌ଠୋକ୍‌ ଜଣାଇବା ସହ ଏଥିପାଇଁ ଗାଁ ମୁଣ୍ଡରେ ବାଡ଼ ଘେରାଇବା ସହ ଫଳକ ମଧ୍ୟ ଲଗାଇଛନ୍ତି। ଏପରିକି ଗାଁ ପ୍ରବେଶ ପଥ ରାସ୍ତା ମଧ୍ୟ ବନ୍ଦ କରାଯାଇଛି। ନିଜ ଅଧିକାର ପାଇଁ ଏହି ଅଭିନବ ପ୍ରତିବାଦ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ବୋଲି ନିକଟସ୍ଥ ଗ୍ରାମର ଲୋକେ କହିଛନ୍ତି। ଆବଶ୍ୟକ ହେଲେ ରାବୁଗୁଡ଼ା ଗ୍ରାମର ଲୋକଙ୍କ ସହ ସେମାନେ ମଧ୍ୟ ସାମିଲହେବେ ବୋଲି କହିଛନ୍ତି।

ରାବୁଗୁଡ଼ା ଗ୍ରାମରେ ୩୧ ଆଦିବାସୀ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ପ୍ରାୟ ୫୦୦। ସରକାରଙ୍କ ବିଭିନ୍ନ ଯୋଜନାରୁ ଆଜି ବି ଏହି ଗ୍ରାମବାସୀ ବଞ୍ଚତ୍ତ ରହିଛନ୍ତି। ଗାଁରେ ପାନୀୟଜଳର ସୁବିଧା ନ ଥିବାରୁ ଗ୍ରାମବାସୀ ବାଧ୍ୟହୋଇ ଝରଣାପାଣି ବ୍ୟବହାର କରୁଛନ୍ତି। ସେହିପରି ଆଦିବାସୀ ପରିବାରକୁ ଆବାସ ଯୋଜନାରେ ସାମିଲ ପାଇଁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ଷାଋତୁରେ କଲ୍ୟାଣୀ ନଦୀ ବାଟ ଓଗାଳୁଥିବାରୁ ଅଧିକାଂଶ ସମୟ ଏହି ଗ୍ରାମ ଜଳବନ୍ଦୀ ରହୁଛି। ଗ୍ରାମବାସୀ ଏମିତି ନାନା ସମସ୍ୟା ଭିତରେ ପେଷି ହେବାପରେ ଏହି ଅଭିନବ ପ୍ରତିବାଦ କରିଛନ୍ତି। ଆଉ ଗାଁ ମୁଣ୍ଡରେ ବାଡ଼ ବେଢି ପ୍ରଚାର ପାଇଁ ଆସିବେ ନାହିଁ ବୋଲି ଫଳକ ଲଗାଇବା ପରେ କୌଣସି ରାଜନୈତିକ ଦଳ ଗାଁ ଭିତରକୁ ଯିବାକୁ ସାହସ କରୁନାହାନ୍ତି । ଏ ସମ୍ପର୍କରେ କଲ୍ୟାଣସିଂହପୁର ବିଡିଓ ମନୀଷା ଦାସ କହିଛନ୍ତି, କଲ୍ୟାଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ଜଣାଯାଇଛି। ଖୁବ୍‌ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ କରାଯିବ। ଆବାସ ଯୋଜନା ତଥ୍ୟ ସଂଗ୍ରହ ହେଉଛି। ଏଥିସହ ସେହି ଗ୍ରାମର ଭୋଟର କିଭଳି ଭୋଟଦାନ କରିବେ ସେ ନେଇ ସଚେତନତା କରାଯାଉଛି ବୋଲି ବିଡିଓ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri