Categories: ଫୁରସତ

ଏମିତି ଗାଁ ଯେଉଁଠି ସମସ୍ତଙ୍କର ନାଁ ଇଂରାଜୀ ଶବ୍ଦରେ; କାରଣ ଜାଣିଲେ…

ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ, ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅଦ୍ଭୁତ ନାମ ରହିଛି। କେବଳ ଏତିକି ନୁହେଁ, ଅନେକ ଅଜବ ପରମ୍ପରା ମଧ୍ୟ ସାରା ବିଶ୍ୱରେ ରହିଛି। ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ନିଜ ପିଲାମାନଙ୍କୁ ନାମ ଇଂରାଜୀ ଶବ୍ଦରେ ରଖିଥାନ୍ତି। କାରଣ ଏହି ଗାଁର ଲୋକମାନେ ଇଂରାଜୀକୁ ବହୁତ ଭଲ ପାଆନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁମାନେ ସଠିକ ଭାବରେ ଇଂରାଜୀ କହିପାରନ୍ତି ନାହିଁ ସେମାନେ ମଧ୍ୟ ପିଲାଙ୍କ ନାମ ଇଂରାଜୀ ଶବ୍ଦରେ ରଖିଥାନ୍ତି। ଶୁଣିବା ପାଇଁ ଅଜବ ଲାଗୁଥିଲେ ହେଁ ଏହା ସତ।

ମେଘାଳୟର ଖାସି ପାହାଡ ଜିଲାରେ ଅବସ୍ଥିତ ଏହି ଗାଁର ନାମ ହେଉଛି ଉମନିୟୁ-ତାମର ଏଲାକା। ଏଠାକାର ଲୋକମାନେ ନିଜ ପିଲାଙ୍କ ପାଇଁ ଏପରି ନାମ ରଖିଛନ୍ତି, ଯାହା ଶୁଣିବା ପରେ ଯେ କେହି ହସିବେ। ସେମାନେ ଇଟାଲୀ, ଆର୍ଜେଣ୍ଟିନା, ସ୍ବିଡେନ, ଇଣ୍ଡୋନେସିଆ, ଫ୍ରାନ୍ସ ଏବଂ ଆମେରିକା ଭଳି ଦେଶ ନାମରେ ପିଲାଙ୍କ ନାଁ ରଖିଛନ୍ତି। ପ୍ରୋମିସ୍‌ଲ୍ୟାଣ୍ଡ, ହୋଲିଲ୍ୟାଣ୍ଡ ଏବଂ ଜେରୁଜେଲମ ନାମରେ ଲୋକମାନେ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଲୋକମାନେ ନିଜ ପିଲାମାନଙ୍କ ପାଇଁ ସଣ୍ଡେ, ମଣ୍ଡେ, ଟ୍ୟୁଜ୍‌ଡେ୍‌ଠାରୁ ଆରମ୍ଭ କରି ଜ୍ୟୁପିଟର, ପ୍ଲୁଟୋ ଏବଂ ମାର୍ସ ଭଳି ଗ୍ରହର ନାମ ମଧ୍ୟ ରଖିଛନ୍ତି।

ବାଂଲାଦେଶ ସୀମାବର୍ତ୍ତୀ ଏହି ଗ୍ରାମରେ ୮୫୦ ପୁରୁଷ ଏବଂ ୯୧୬ ମହିଳା ବାସ କରନ୍ତି। କିନ୍ତୁ, ଏହି ଗାଁ ଲୋକମାନଙ୍କ ନାମକୁ ନେଇ ବେଶ ପ୍ରସିଦ୍ଧ। ଅନେକ ଲୋକ ଅଛନ୍ତି ଯେଉଁମାନେ ଆଦୌ ଇଂରାଜୀ ଜାଣନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ କଥା ଶୁଣିବା ପରେ ନିଜ ପିଲାମାନଙ୍କର ନାମକୁ ଇଂରାଜୀ ଶବ୍ଦରେ ମଧ୍ୟ ରଖନ୍ତି। ବିଶେଷ କଥା ହେଉଛି ଏଠାରେ ଥିବା ଲୋକମାନେ ଇଂରାଜୀ ଶବ୍ଦର ନାମକରଣ କରିବାକୁ ପସନ୍ଦ କରନ୍ତି। ପ୍ରସିଦ୍ଧ କିମ୍ବା କାହାର ମୁଖରୁ କିମ୍ବା ଚଳଚ୍ଚିତ୍ରରେ ଶୁଣିଥିବା ନାମକୁ ମଧ୍ୟ ସେ ପସନ୍ଦ କରିଥାନ୍ତି।

Share