ସରପଞ୍ଚଙ୍କ ଧାରଣା ଯୋଗୁ ଗ୍ରାମସଭା ବାତିଲ

ବରୀ,୩ା୧୦(ମହେନ୍ଦ୍ର ସ୍ବାଇଁ): ଗତ ୨୫ ତାରିଖରୁ ରାଜ୍ୟବ୍ୟାପୀ ସରପଞ୍ଚ ସଂଘ ତରଫରୁ ୧୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ହେବ ବୋଲି ନିୟମ ରହିଛି। ସରପଞ୍ଚମାନେ ଆନ୍ଦୋଳନରତ ଥିବାରୁ ବରୀ ବ୍ଲକର ୨୯ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଛି ।ଫଳରେ ଗ୍ରାମସଭା ହୋଇ ନ ଥିବା ସୂଚନା ମିଳିଛି।
ରବିବାର ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସରପଞ୍ଚମାନେ ଯୋଗ ନ ଦେବା ଓ ସୋମବାର ଗ୍ରାମସଭାରେ ସରପଞ୍ଚଙ୍କ ଅନୁପସ୍ଥିତ ଯୋଗୁ ଏହି ଦୁଇ କାର୍ଯ୍ୟକ୍ରମ ହୋଇନାହିଁ । ହେଲେ ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀମାନେ ସ୍ବଚ୍ଛ ଭାରତ ଅଭିଯାନ ଓ ଗ୍ରାମସେବା କରାଯାଇଛି ବୋଲି ଦାବି କରିଛନ୍ତି । ହେଲେ ବରୀ ବ୍ଲକ ସରପଞ୍ଚ ସଂଘ ତରଫରୁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି ା ଗ୍ରାମସଭା କି ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ହୋଇନାହିଁ । ମିଥ୍ୟା କାଗଜପତ୍ରରେ ଉପରୋକ୍ତ ୨ଟି କାର୍ଯ୍ୟକ୍ରମ ହୋଇଛି ବୋଲି ଦର୍ଶାଯାଇଛି । ବ୍ଲକ ପ୍ରଶାସନ ଅତ୍ୟନ୍ତ ନିର୍ଲଜ ଭାବେ କାମ କରୁଛି ବୋଲି ସରପଞ୍ଚ ସଂଘର ସଭାପତି ସବିତା ସାମଲ ଓ ସମ୍ପାଦକ ମାନସ ଜେନା କହିଛନ୍ତି ।
ଗ୍ରାମ ପଞ୍ଚାୟତ ଆକ୍ଟ-୭୩ ଅନୁଯାୟୀ ପଞ୍ଚାୟତ ସମସ୍ତ କ୍ଷମତା ସରପଞ୍ଚମାନଙ୍କୁ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସରପଞ୍ଚ ସଂଘ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସରପଞ୍ଚ ସଂଘର ସଭାପତି ସାମଲ ଓ ସମ୍ପାଦକ ଜେନା କହିଛନ୍ତି, ଆନ୍ଦୋଳନରେ ଥିବାରୁ ସଂଘର ନିଷ୍ପତ୍ତିକୁ ମାନି ସ୍ବଚ୍ଛ ଭାରତ ଅଭିଯାନ ଓ ଗ୍ରାମସଭାରେ ଯୋଗ ଦେଇ ନାହୁଁ । ଅପରପକ୍ଷେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri