ଗାଁ ଆମ୍ବ ପସରା: ଆମ୍ରପଲ୍ଲୀ ଆମ୍ବର ଚାହିଦା ଅଧିକ

ରାୟଗଡ଼ା, ୧୧।୬(ସ୍ବ.ପ୍ର.): ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର କୃଷକଙ୍କ ଦ୍ୱାରା ଉପତ୍ାଦିତ ହୋଇଥିବା ଆମ୍ବକୁ ସୁବିଧାରେ ବଜାରରେ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ରାୟଗଡ଼ା, ଜେକେପୁରଠାରେ ଗାଁ ଆମ୍ବ ପସରା ଖୋଲାଯାଇଥିଲା। ମଙ୍ଗଳବାରଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଶନିବାର ପର୍ଯ୍ୟନ୍ତ ଚାଲିଥିଲା। ୫ ଦିନିଆ ଆମ୍ବ ବିକ୍ରୟ ମେଳାରେ ଦିନରେ ଖାଁ ଖାଁ ରହିଥିବା ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟା ୫ଟାରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଜମୁଥିଲା। ତେବେ ଚଳିତ ବର୍ଷ ଆମ୍ରପାଲି ଆମ୍ବର ଅଧିକ ଚାହିଦା ଥିବା ଦେଖିବାକୁ ମିଳିଛି। ଗାଁ ଆମ୍ବ ପସରାରେ ୫ ଦିନ ଭିତରେ ୮୫.୭୨ କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ବିକ୍ରି ହୋଇଥିବା ଜଣାପଡ଼ିଛି।
ଚଳିତ ଥର ରାୟଗଡ଼ା ଜିଲାର ଆମ୍ବ ଭୁବନେଶ୍ୱରରେ ଅନୁଷ୍ଠିତ ଗାଁ ଆମ୍ବ ପସରାରେ ମଧ୍ୟ ବିକ୍ରି ପାଇଁ ଯାଇଛି। ଦୁଇ ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା ଧରତିପେନୁ ଓ କଳାରସୁଣି ପକ୍ଷରୁ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ଗାଁ ଆମ୍ବ ପସରରେ ରାୟଗଡ଼ା ଜିଲାର ବିଭିନ୍ନ ପ୍ରକାର ଆମ୍ବ ବିକ୍ରି ପାଇଁ ନେଇଥିବା ସୂଚନା ମିଳିଛି। ରାୟଗଡ଼ା ଠାରେ ଆୟୋଜିତ ଗାଁ ଆମ୍ବ ପସରାରେ ତନଗିରାନି, ଧରତିପେନୁ ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, କୋଲନରା ନାରୀଶକ୍ତି ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, ନିୟମରାଜା ଆଗ୍ରୋ ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, କଳରସୁଣି ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, ଚାଟିକୋଣାର ବିଶ୍ୱାମା ସନ୍ତୋଷୀ ଏସଏଚଜି, ମା ଲଳିତା ବ୍ଲକ ଲେଭଲ ଫେଡ଼େରେସନ, ଜଗନ୍ନାଥପୁରର ମା’ ଅଗ୍ନିଗାଙ୍ଗାମା ଏସଏଚଜି, ରାୟଗଡ଼ାର ମା’ ମାଣିକେଶ୍ୱରୀ ଏସଏଚଜି, କାଶୀପୁରର ଦିଶାଖାଲି ଉପତ୍ାଦକ ଗୋଷ୍ଠୀ ଓ ରାୟଗଡ଼ାର ଅନୁଗ୍ରହୀ ଏସଏଚଜି ଏହି ଆମ୍ବ ପସରାରେ ଅଂଶଗ୍ରହଣ କରି ଆମ୍ବ ବିକ୍ରି କରିଛନ୍ତି। ଏହି ଆମ୍ବ ପସରାରେ ସୁନ୍ଦରୀ, ଆମ୍ରପଲି, ଦାଶେରୀ, ତୋଟାପୁରି, ବମ୍ବେ ଗ୍ରୀନ, ହିମସାଗର, ଲେଙ୍ଗଡ଼ା, ବାଇଗଣପଲି, ମଲିକା, ଆଖୁରସ ଓ କେଶର ଭଳି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଆମ୍ବ ବିକ୍ରି ହୋଇଛି। ଆମ୍ବଗୁଡ଼ିକ ସମ୍ପୂର୍ଣ୍ଣ ଜୈବୀକ ପଦ୍ଧତିରେ ଚାଷ ହୋଇଥିବା ଏସଏଚଜି ମହିଳା ଓ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନିମାନେ ପ୍ରକାଶ କରିଛନ୍ତ। ଗାଁ ଆମ୍ବ ପସରାରେ ୨୫୦କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଆମ୍ବ ବିକ୍ରି ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସୁନ୍ଦରୀ ଆମ୍ବ ୧୭.୪୫ କ୍ୱିଣ୍ଟାଲ, ଆମ୍ରପଲି ୮୫.୭୨ କ୍ୱିଣ୍ଟାଲ, ତୋଟାପୁରି ୧୫.୮ କ୍ୱିଣ୍ଟାଲ, ଦାଶେରୀ ୧୫.୮ କ୍ୱିଣ୍ଟାଲ, ବମ୍ବେ ଗ୍ରୀନ ୬.୬ କ୍ୱିଣ୍ଟାଲ, ହିମସାଗର ୧୧.୩ କ୍ୱିଣ୍ଟାଲ, ଲେଙ୍ଗଡ଼ା ୮.୯ କ୍ୱିଣ୍ଟାଲ, ବାଇଗଣପଲି ୨୬.୮ କ୍ୱିଣ୍ଟାଲ, ମଲିକା ୨୦.୧ କ୍ୱିଣ୍ଟାଲ, ଆଖୁରସ ୨୩.୪୬ କ୍ୱିଣ୍ଟାଲ ଓ କେଶର ୨.୩ କ୍ୱିଣ୍ଟାଲ ବିକ୍ରି ହୋଇଥିବା ସୂଚନା ମିଳିଛି। ଏହି ଆମ୍ବ ପସରାରେ ୯ ଲକ୍ଷ ୭୨ ହଜାର ୩୪୪ଟଙ୍କାର ଆମ୍ବ ବିକ୍ରି ହୋଇଥିବା ଓରମାସ ପକ୍ଷରୁ ସୂଚନା ମିଳିଛି।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଫଳିଛି ା ଜିଲାର ବିଭିନ୍ନ ସ୍ଥାନରେ ଆମ୍ବ ଚାଷୀ ଆମ୍ବ ବିକ୍ରି କରି ଭଲ ରୋଜଗାର କରିବା ଆଶା ରଖିଥିଲେ। ଏପ୍ରିଲ ଶେଷ ସମୟରୁ ବଜାରରେ ଆମ୍ବ ବିକ୍ରି ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଜୁନ୍‌ ପହିଲାରେ ଆମ୍ବ ପସରା ଖୋଲିଥିଲା ା ଫଳରେ ଆମ୍ବ ଚାଷୀ ଉଚିତ ଦରର ଆମ୍ବ ବିକ୍ରି କରିପାରି ନ ଥିବା କହିଛନ୍ତି ା ଲୋକେ ମଧ୍ୟ ଜୈବିକ ସାରରେ ଉତ୍ପାଦିତ ହେଉଥିବା ଆମ୍ବ ଅପେକ୍ଷା କାର୍ବାଇଡ଼ ଦ୍ୱାରା ପଚା ଯାଇଥିବା ଆମ୍ବକୁ ବେଶୀ ପସନ୍ଦ କରୁଛନ୍ତି ା ଗାଁ ଆମ୍ବ ପସରାରେ ପ୍ରଥମ ଦନରେ ଆମ୍ବ କିଲୋ ପିଛା ୫୦ରୁ ୬୦ଟଙ୍କା ରଖାଯାଇଥିବା ବେଳେ ବଜାରରେ ୩ କିଲୋ ଆମ୍ବର ଦର ୧୦୦ ଟଙ୍କା ରହିଥିଲା ା ଫଳରେ ବିକ୍ରେତାମାନେ ଆମ୍ବ ପସରାରେ ସେହି ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଖବର ନେବାରୁ ଜଣାପଡ଼ିଛି ଯେ, ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା ଓ ଏସଏଚଜି ଗ୍ରୁପ୍‌ ଚାଷୀଙ୍କଠାରୁ କିଲୋ ପିଛା ୨୦ରୁ ୨୫ଟଙ୍କା ଦେଇ ଆମ୍ବ କିଣିଛନ୍ତି ା ତେବେ ଚଳିତ ବର୍ଷ ଅଧିକ ପରିମାଣରେ ଆମ୍ବ ଉତ୍ପାଦନ ହୋଇଥିବାରୁ କମ୍‌ ଦରରେ ଆମ୍ବ ବିକ୍ରି ହୋଇଛି।
ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଚାଷୀଙ୍କ ଆମ୍ବ ବିକ୍ରି ପାଇଁ ପ୍ରତିବର୍ଷ ଗାଁ ଆମ୍ବ ପସରା ଆୟୋଜନ କରିଥାନ୍ତି ା ଏହାର ଦାୟିତ୍ୱ ଓରମାସ ସଂସ୍ଥାକୁ ଦିଆଯାଏ ା ଓରମାସ ସଂସ୍ଥା ଗାଁ ଆମ୍ବ ପସରାକୁ କିଭଳି ଆମ୍ବ ଆସି ବିକ୍ରି ହୋଇପାରିବ ସେନେଇ ସମସ୍ତ ଏସଏଚଜି ଗ୍ରୁପଙ୍କୁ ଗାଡ଼ି ଭଡ଼ା, ଆମ୍ବ ପାଇଁ ମାଗଣା ବ୍ୟାଗ ଆଦି ଯୋଗାଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri