Categories: ଫୁରସତ

୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ

ନାଇରୋବି,୮।୯: ବିଶ୍ୱର ପଡ଼ ପରିବାର। ଜଣେ ବକ୍ତିଙ୍କ ୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ। ୬୧ବର୍ଷୀୟ ଡେଭିଡ ସକାୟୋ କାଲୁହାନା ନାମକ ଜଣେ ବ୍ୟକ୍ତି ସମସ୍ତ ସ୍ତ୍ରୀଙ୍କ ସହିତ ପଶ୍ଚିମ କେନିଆର ଏକ ଛୋଟ ଗାଁରେ ରୁହନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟ ସ୍ଥିର କରିଛନ୍ତି। ଯାହା ଦ୍ୱାରା ସେମାନଙ୍କ ଜୀବନ ସୁରୁଖୁରୁରେ ଚାଲିପାରିବ। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ସେ ରାଜା ସୁଲେମାନଙ୍କ ପରି, ଯାହାଙ୍କ ୭୦୦ସ୍ତ୍ରୀ ଓ ୩୦୦ ଦାସୀ ଥିଲେ। ସମୁଦାୟ ଏକ ହଜାର ସ୍ତ୍ରୀ। ଡେଭିଡ ଏକ ସାକ୍ଷାତକାର ଦେଇ କହିଛନ୍ତି, ତାଙ୍କର ବହୁ ତୀକ୍ଷ୍ଣ ବୁଦ୍ଧି ରହିଛି। ତେଣୁ ତାଙ୍କୁ ଜଣେ ମହିଳା ପରିଚାଳନା କରିବା ଯଥେଷ୍ଟ ନୁହେଁ। କାରଣ ମୋ ମନରେ ଅତ୍ୟଧିକ ଭାର ରହିଛି ଯାହାକୁ ଜଣେ ମହିଳା ସମ୍ଭାଳି ପାରିବେ ନାହିଁ। ସେଥିପାଇଁ ମୁଁ ଏକରୁ ଅଧିକ ବିବାହ କରିଛି। ତାଙ୍କର ୨୦ସ୍ତ୍ରୀ ଥିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି ଡେଭିଡ କହିଛନ୍ତି। ଡେଭିଡଙ୍କ ସହ ତାଙ୍କ ସ୍ତ୍ରୀମାନେ ବେଶ୍‌ ଖୁସିରେ ଅଛନ୍ତି। ସମସ୍ତେ ମିଳିମିଶି ଶାନ୍ତି ଭାବରେ ରୁହନ୍ତି ବୋଲି ସ୍ତ୍ରୀ ଜେସିକା କାଲୁହାନା କହିଛନ୍ତି। ଜେସିକାଙ୍କ ସହିତ ଡେଭିଡଙ୍କ ୧୩ଟି ସନ୍ତାନ ଥିବା ବେଳେ ସେଥିମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ରୋଜ ଡେଭିଡଙ୍କ ସପ୍ତମ ସ୍ତ୍ରୀ ହୋଇଥିବା ବେଳେ ତାଙ୍କର ୧୫ ସନ୍ତାନ ରହିଛନ୍ତି। ପରସ୍ପରଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି ବୋଲି ସେ କହିଛନ୍ତି।

Share