Categories: ଫୁରସତ

ବାଦୁଡି ପାଇଁ ଚର୍ଚ୍ଚିତ ଏହି ଗ୍ରାମ

ବାଦୁଡିଠାରୁ ମହାମାରୀ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି। କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ତେବେ ଭାରତରେ ଏମିତି ଗ୍ରାମ ଅଛି ଯେଉଁଠି ଲୋକମାନେ ବାଦୁଡିକୁ ପୂଜାର୍ଚ୍ଚନା କରିଥାନ୍ତି। ସେହିପରି ବାଦୁଡିକୁ ସେଠାକାର ଲୋକେ ଶୁଭ ବୋଲି ମଧ୍ୟ ମାନିଥାନ୍ତି। ବିହାର ଭୈଶାଳି ଜିଲା ସରସାଇ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ବାଦୁଡିକୁ ଦେବତା ରୂପେ ପୂଜା କରିଥାନ୍ତି। ଏଥିସହ ବାଦୁଡି ସମୃଦ୍ଧିର ପ୍ରତୀକ ବୋଲି ବିଶ୍ୱାସ କରିଥାନ୍ତି।
ଗ୍ରାମବାସୀଙ୍କ କହିବା ମୁତାବକ, ଗ୍ରାମରେ ଥିବା ଏକ ଗଛରେ ହଜାର ହଜାର ବାଦୁଡି ବାସ କରନ୍ତି। ବାଦୁଡି ଯୋଗୁ ଏହି ଗ୍ରାମ ପ୍ରସିଦ୍ଧ ହୋଇଛି। ବାଦୁଡି ସମଗ୍ର ଗ୍ରାମକୁ ସୁରକ୍ଷା ମଧ୍ୟ ଦିଅନ୍ତି। କେବଳ ଏତିକି ନୁହେଁ, ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଗ୍ରାମକୁ ଆସି ବାଦୁଡିଙ୍କୁ ଦେଖିଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Share