Categories: ଫୁରସତ

ସହରୀ ରୂପ ନେଉଛି ଗାଁ

ସଭ୍ୟତାର କ୍ରମବିକାଶ ସହିତ ମଣିଷର ଆବଶ୍ୟକତା ଅନୁସାରେ ବାସସ୍ଥାନରେ ପରିବର୍ତ୍ତନ ହେବାରେ ଲାଗିଛି। ଶିଳ୍ପସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟ ଥିବା ଅଞ୍ଚଳକୁ ପୂର୍ବରୁ ସହର କୁହାଯାଉଥିଲା। ସାଧାରଣତଃ ସହରରେ ବହୁବିଧ ସୁବିଧା ରହିଥାଏ। ମାତ୍ର ଏବେ ବିକାଶର ଧାରାରେ ଗାଁ ସହର ପାଲଟିବାରେ ଲାଗିଛି। ଏଠାରେ ମୁଖ୍ୟ ଅର୍ଥନୈତିକ ମାଧ୍ୟମ ଚାଷ ରହିଥିତ୍ଲେ ମଧ୍ୟ ଧୀରେଧୀରେ ଗାଁରେ ମଧ୍ୟ ସହର ଭଳି ବହୁ ସୁବିଧା ସୁଯୋଗ ଉପଲବ୍ଧ ହେଲାଣି। ଏଣୁ ଗାଁ ଏବେ ସହର ପାଲଟୁଛି।
ପୃଥିବୀର ବିଭିନ୍ନ ସହର ମଧ୍ୟରେ ସମନ୍ବୟ ରକ୍ଷା ଲାଗି ମିଳିତ ଜାତିସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଜାତିସଂଘର ସାଧାରଣ ସଭାରେ ଜନବସତି କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୧୩ ଡିସେମ୍ବର ୨୭ରେ ବିଶ୍ୱ ସହର ଦିବସ ପାଳନ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପରେ ୨୦୧୪ ଅକ୍ଟୋବର ୩୧ଠାରୁ ବିଶ୍ୱ ସହର ଦିବସ ପାଳିତ ହୋଇଆସୁଛି। ଦିବସର ଲକ୍ଷ୍ୟ ହେଉଛି, ବିଶ୍ୱର ସହରୀକରଣ ଯୋଜନାରେ ଅନ୍ତର୍ଜାତୀୟସ୍ତରରେ ଆଗ୍ରହ ବୃଦ୍ଧି କରିବା, ଆହ୍ବାନର ମୁକାବିଲା ପାଇଁ ଦେଶ-ଦେଶ ମଧ୍ୟରେ ସହଯୋଗକୁ ଆଗକୁ ବଢ଼ାଇବା ଏବଂ ସହରାଞ୍ଚଳର ବିକାଶରେ ସହାୟକ ହେବା।

Share