ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର ଶେଷ ହୋଇଛି। ଏହି ସାଧାରଣ ନିର୍ବାଚନରେ ବାଲେଶ୍ୱର ଜିଲାର ୧୨ଖଣ୍ଡ ଗାଁ ଏବଂ ମୟୂରଭଞ୍ଜର କେତେକ ସୀମାନ୍ତ ଗାଁଗୁଡ଼ିକର ବହୁ ଭୋଟର ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲା ବିଧାନସଭା ଆସନରେ ଭୋଟ ଦେଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ଭୋଗରାଇ ବ୍ଲକ ଅଧୀନ ଅନଳିଆ ପଞ୍ଚାୟତ ଶଙ୍ଖାମେଦୀ ଗାଁର ୧୮ନଂ. ୱାର୍ଡର ୩ଶହରୁ ଊର୍ଦ୍ଧ୍ୱ ଭୋଟର ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ରାମନଗର ବିଧାନସଭା ଆସନ ପାଇଁ ବାଗବ୍ରଜକିଶୋରପୁର ଓ ପଶ୍ଚିମ ସନ୍ତେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ ଭୋଟ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଭୋଗରାଇ ସୀମାନ୍ତ ଉଦୟପୁର, ସହାବାଜିପୁର, ଦକ୍ଷିଣସରିସା,ବାଜିତପୁର, ନରସିଂହପୁର, ଗଣେଶ୍ୱରପୁର, ପାଣିଷଣ୍ଡା, ଉପୁଳା, ଶଗଡାସାହି ଆଦି ଗାଁର କେତେଜଣ ଭୋଟର ସୁରକ୍ଷା ବଳୟକୁ ଚକ୍‌ମା ଦେଖାଇ ଭୋଟ ଦେଇଥିବା ଖବର ହସ୍ତଗତ ହୋଇଛି। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ରାଇବଣିଆ ଓ ଅନ୍ୟ ସୀମାନ୍ତ ଗାଁଗୁଡିକ ଅନୁରୂପ ଭାବେ ପଶ୍ଚିମ ମେଦିନୀପୁର ବିଧାନସଭା ଆସନରେ ଭୋଟ ଦେଇଥିବା କୁହାଯାଇଛି।

 

Dharitri – Odisha’s No.1 Odia Daily

 

Share