ଗାଁମୁହାଁ ଭାଲୁ, ଲୋକେ ଆତଙ୍କିତ

କେନ୍ଦୁଝର,୧୨।୫(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଅଧୀନ ଯୋଗୀମଠ ବନ ବିଭାଗ ନର୍ସରୀରେ ଏକ ଭାଲୁ ପଶି ଆସିଛି। ଭାଲୁଟି ପାଖ ଗାଁ ଦେଇ ଯାଉଥିବା ବେଳେ ଲୋକେ ଦେଖି ହୋହଲ୍ଲା କରି ଗୋଡାଇବାରୁ ଭାଲୁଟି ବାଟବଣା ହୋଇ ନର୍ସରୀ ଭିତରକୁ ପଶି ଆସି ଅଟକି ରହିଥିବା ଜଣାପଡିଛି।
ବନ ବିଭାଗ କର୍ମଚାରୀ ପହଞ୍ଚି ନର୍ସରୀକୁ କର୍ଡନ କରି ରଖିଛନ୍ତି। ଅନ୍ୟପକ୍ଷେ ଭାଲୁଟି ଗାଁ ମୁହାଁ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟଭୀତ ବାତାବରଣ ଦେଖାଦେଇଛି। ଭାଲୁଟି ସୁରକ୍ଷିତ ନର୍ସରୀରେ ରହିଲେ, ଆପେ ଜଙ୍ଗଲକୁ ପଳାଇବ ବୋଲି ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି।