Categories: ଜାତୀୟ

ଚାକିରି ପାଇଁ ସ୍ବାମୀ ମନା କରିବାରୁ …

ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ ବାହାଘର କରେଇ ଦେଲେ। ଏବେ ସ୍ବାମୀ ଚାହୁଁ ନାହାନ୍ତି ମୁଁ ଚାକିରି କରେ। ଏଥି ଯୋଗୁ ଗାଁ ପଞ୍ଚାୟତ କଚେରିରେ ପହଞ୍ଚିଥିଲେ ୧୯ ବର୍ଷୀୟା ନବବିବାହିତା ନେହା କୁମାରୀ। ସେ ଦେଢ଼ ମାସ ତଳେ ସୁନିଲ କୁମାରଙ୍କୁ ବିବାହ କରିଥିଲେ।

ମାମଲା ପଞ୍ଚାୟତରେ ପହଞ୍ଚିବା ପରେ ଉଭୟ ପରିବାରକୁ ଡକାଇଥିଲେ ସରପଞ୍ଚ।
ଦୁଇ ପରିବାରକୁ ବୁଝାଇବାରେ ବିଫଳ ହେବା ପରେ ସ୍ବାମୀଙ୍କୁ ଛାଡ଼ି କ୍ୟାରିୟର ପାଇଁ ସରପଞ୍ଚ ଅନୁମତି ଦେଇଛନ୍ତି। ଏଭଳି ଘଟଣା ଘଟିଛି ବିହାରର ଭାଗଲପୁର ଜିଲାର ଗଙ୍ଗନିଆ ପଞ୍ଚାୟତ ଅଧୀନ ଫତେପୁର ଗାଁରେ।

 

Share