ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର

ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁ ଅନେକ ସ୍ଥାନରେ ଏସବୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ଏପରି ଏକ ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ୍‌ ସିଆଲଲଟି ପଞ୍ଚାୟତ ବାଗମୁଣ୍ଡା ଗାଁର ଭୂର୍ଷିପଡ଼ାରେ ଦେଖିବାକୁ ମିଳିଛି।
ଭୂର୍ଷିପଡ଼ାରେ ଆଦିବାସୀ ସମ୍ପ୍ରଦାୟର ୩୦ ପରିବାରରେ ୧୫୦ରୁ ଅଧିକ ଲୋକ ବସବାସ କରିଆସୁଛନ୍ତି। ବିଜୁ ଏକ୍ସପ୍ରେସ୍‌ ୱେଠାରୁ ଭୂର୍ଷିପଡ଼ାକୁ ପ୍ରାୟ ଦେଢ କି.ମି. ଭଲ ରାସ୍ତା ନ ଥିବାରୁ ଲୋକେ ଜମି ହିଡ଼ରେ ଅସୁବିଧାରେ ଯିବାଆସିବା କରନ୍ତି। ସାଇକେଲ ବା ଅନ୍ୟ ଯାନବାହନ ଯିବା ପାଇଁ ୩କି.ମି. ରାସ୍ତା ବୁଲି ଯିବାକୁ ପଡ଼େ। ଗାଁରେ ପ୍ରାଥମିକ ବିଦ୍ୟାଳୟ ନ ଥିବାରୁ କୋମଳମତି ଶିଶୁମାନେ ୪ କି.ମି. ଝିପାବାହାଲ ଗାଁ ସ୍କୁଲକୁ ପଢିବାକୁ ଯାଉଛନ୍ତି। ଜମି ହିଡ଼ରେ ଯାଇ ବିଜୁ ଏକ୍ସପ୍ରେସ୍‌ ୱେ ପାରିହେବାକୁ ପଡୁଥିବାରୁ ଛୋଟ ପିଲାମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଫଳରେ ଶିଶୁମାନେ ପ୍ରାକ୍‌ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗାଁ ଭିତରେ ପାଇପ୍‌ଲାଇନ ଯାଇ ଘରକୁ ଘର ଷ୍ଟାଣ୍ଡପୋଷ୍ଟ ବସାଯାଇଛି। ହେଲେ ଜଳ ଯୋଗାଣ ନ ହେବାରୁ ଗ୍ରାମବାସୀ ଫ୍ଲୋରାଇଡ୍‌ଯୁକ୍ତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ା ଗାଁରେ ଅଧିକାଂଶ ବୃଦ୍ଧାବୃଦ୍ଧ, ମହିଳା, ଶିଶୁଙ୍କ ଆଧାର କାର୍ଡ ନାହିଁ। ନୂତନ ଆଧାର କାର୍ଡ ପାଇଁ ଅନେକଥର ଅନ୍‌ଲାଇନ କରିବା ସହ ଆଧାର କେନ୍ଦ୍ର ଓ ବ୍ଲକ୍‌ କାର୍ଯ୍ୟାଳୟ ଦୌଡୁଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ମାସିକ ଭତ୍ତା ପାଇବାରୁ ବଞ୍ଚତ୍ତ ରହିଛନ୍ତି। ସ୍ନାନଶୌଚ ପାଇଁ ଭଲ ପୋଖରୀଟିଏ ନାହିଁ। ଗାଁଠାରୁ ଅନତି ଦୂରରେ ରୁଗଡ଼ିବନ୍ଧ ଥିଲେ ମଧ୍ୟ ସେଠାକୁ ଯିବା ପାଇଁ ରାସ୍ତା ନାହିଁ ା ଏହିସବୁ ସମସ୍ୟା ବିଷୟରେ ଗ୍ରାମବାସୀ ଅନେକଥର ଲିଖିତ ଭାବରେ ସରପଞ୍ଚ, ବିଡିଓ ଓ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଗ୍ରାମର ବୈଶାଖୁ ମିର୍ଦ୍ଧା, କୃଷ୍ଣ ବରିହା, ସାନ ବରିହା, କନ୍ଦର୍ପ ବରିହା, ବଡ଼ ବରିହା, ରାମ ବରିହା, ବୈଶାଖୁ ବରିହା, ବୀରସିଂ ବରିହା, ଲବ ବରିହା ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ କୋମନା ବିଡିଓ ଯାଇ ଏହାର ତଦନ୍ତ କରିବେ। ଯେଉଁସବୁ ସମସ୍ୟା ରହିଛି ବହୁଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri