ରାମଭକ୍ତଙ୍କୁ କ୍ଷମା ମାଗିଲେ ଅଭିନେତା ବିକ୍ରାନ୍ତ

ବମ୍ବେ: ନିଜର ଫିଲ୍ମ ‘12th Fail’ର ସଫଳତାକୁ ନେଇ ପ୍ରଶଂସିତ ହୋଇଆସୁଥିବା ଅଭିନେତା ବିକ୍ରାନ୍ତ ମେସି ଭିନ୍ନ କାରଣକୁ ନେଇ ବିବାଦରେ। ନିକଟରେ କିଛି ଟ୍ରୋଲର୍ସ ଅଭିନେତାଙ୍କ ପୁରୁଣା ଟୁଇଟ୍‌କୁ ନେଇ ତାଙ୍କୁ ଘେରିଥିଲେ। ଶେଷରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

୨୦୧୮ରେ ବିକ୍ରାନ୍ତ ରାମସୀତାଙ୍କ କାର୍ଟୁନ ଥିବା ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସୀତା ରାମଭକ୍ତମାନଙ୍କୁ ଟିପ୍ପଣୀ କରୁଥିବା ଦେଖାଯାଇଥିଲା। ଭଲ ହୋଇଥିଲା ରାବଣ ମୋତେ ଅପହରଣ କରି ନେଇଥିଲେ, ଆପଣଙ୍କ ଭକ୍ତମାନେ ନୁହନ୍ତି। ପୁଣିଥରେ ଏହି ବିବାଦୀୟ ପୋଷ୍ଟ ଭାଇରାଲ ହେବା ପରେ ବିକ୍ରାନ୍ତଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ବିରୋଧ ପରେ ସେ ନିଜେ ଉକ୍ତ ପୋଷ୍ଟକୁ ହଟାଇବା ସହ ହିନ୍ଦୁଙ୍କୁ କ୍ଷମା ମାଗିଛନ୍ତି।

୨୦୧୮ରେ କରିଥିବା ଟୁଇଟ୍‌କୁ ନେଇ କିଛି କହିବାକୁ ଚାହୁଁଛି। ହିନ୍ଦୁଙ୍କୁ ଆଘାତ ଦେବାକୁ , ବଦନାମ କରିବାକୁ ନଚେତ ଅପମାନ କରିବାକୁ ମୁଁ ଚାହୁଁ ନ ଥିଲି। ହେଲେ ଯେତେବେଳେ ମଜାରେ କରିଥିବା ଏକ ଟୁଇଟ୍‌ ବିଷୟରେ ଭାବିଲି, ସେତେବେଳେ ଏଥିରେ ଥିବା ଖରାପ ଉକ୍ତିଟିକୁ ଆବିଷ୍କାର କଲି। ଏହି କଥା ଖବରକାଗଜରେ ଛପା ଯାଇଥିବା କାର୍ଟୁନଙ୍କୁ ସାମିଲ ନ କରି କୁହାଯାଇପାରିଥାନ୍ତା ବୋଲି ବିକ୍ରାନ୍ତ କହିଛନ୍ତି।

Share