ଜବରଦସ୍ତ ଆକ୍ସନ୍‌ରେ ଭରପୂର ଫିଲ୍ମ ‘ବିକ୍ରମ’

ଅଭିନେତା କମଲ ହାସନ ଆଜିକାଲି ଫିଲ୍ମ ‘ବିକ୍ରମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ସେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଆଜି ଫିଲ୍ମ ‘ବିକ୍ରମ’ ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲରେ କମଲ ହାସନଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି।
ଏହି ଫିଲ୍ମ ଆକ୍ସନରେ ପରିପୂର୍ଣ୍ଣ, ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି। ୨ ମିନିଟ ୩୮ ସେକେଣ୍ଡର ଏହି ଟ୍ରେଲରରେ କମଲ ହାସନ ସମସ୍ତଙ୍କୁ ବହୁତ ଦୃଢ଼ ଭାବରେ ସାମ୍ନା କରୁଛନ୍ତି। ଟ୍ରେଲର ଅବଶ୍ୟ କମଲ ହାସନଙ୍କ ଠାରୁ ଆରମ୍ଭ ହୋଇନାହିଁ, କିନ୍ତୁ ଶେଷରେ ସେ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ଯିଏ ତାଙ୍କ ସାମ୍ନାକୁ ଆସୁଛି ତାଙ୍କୁ ହତ୍ୟା କରାଯାଉଛି।
ତାମିଲ ଭାଷାରେ ଫିଲ୍ମ ‘ବିକ୍ରମ’ ଟ୍ରେଲର ରିଲିଜ୍‌ ହେବା ସହିତ ଅଡିଓ ମଧ୍ୟ ରିଲିଜ ହୋଇଛି। ଫିଲ୍ମର ନିର୍ମାତା ଦୁବାଇରେ ଆୟୋଜିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ଟ୍ରେଲର ଏବଂ ଅଡିଓ ରିଲିଜ କରିବାକୁ ଯୋଜନା କରିଥିଲେ, କିନ୍ତୁ ଏବେ ଚେନ୍ନାଇର ନେହେରୁ ଇନଡୋର ଷ୍ଟାଡିୟମରେ ଫିଲ୍ମର ଟ୍ରେଲର ଏବଂ ଅଡିଓ ସମାରୋହ ଅନୁଷ୍ଠିତ ହୋଇଥିଲା।
‘ବିକ୍ରମ’ ଏକ ଆକ୍ସନ ଥ୍ରୀଲର ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଲୋକେଶ କାନାଗରାଜ। ଏହି ଫିଲ୍ମଟି ରାଜ କମଲଙ୍କ ‘ରାଜ କମଲ ଫିଲ୍ମ ଇଣ୍ଟରନ୍ୟାସନାଲ’ର ବ୍ୟାନରରେ ନିର୍ମିତ ହେଉଛି। ଏହି ଫିଲ୍ମରେ ବିଜୟ ସେତୁପତି, ଫାହଦ ଫାସିଲଙ୍କ ପରି ଅଭିନେତା କମଲ ହାସନଙ୍କ ସହ ନଜର ଆସିବେ। ଏହି ଫିଲ୍ମଟି ଏପ୍ରିଲରେ ରିଲିଜ ହେବାର ଥିଲା କିନ୍ତୁ ଏବେଏହା ଜୁନ ୩ରେ ମୁକ୍ତିଲାଭ କରିବ।

Share