Categories: ଜାତୀୟ

ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ୍‌ ବିକ୍ରମ-ଏସ୍‌ର ସଫଳ ଉଦ୍‌କ୍ଷେପଣ

ହାଇଦ୍ରାବାଦ,୧୮।୧୧: ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ ବିକ୍ରମ-ଏସ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଉତକ୍ଷେପଣ କରାଯାଇଛି। ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ୍‌ ଏରୋସ୍ପେସ ଦ୍ୱାରା ବିକଶିତ ଏହି ରକେଟକୁ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ସକାଳ ୧୧.୩୦ ଉତକ୍ଷେପଣ କରାଯାଇଥିଲା। ଏହାପୂର୍ବରୁ ଏହି ରକେଟ ନଭେମ୍ବର ୧୫ରେ ଉତକ୍ଷେପଣ କରାଯିବାର ଥିଲା। କିନ୍ତୁ ଖରାପ ପାଗ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଇସ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରକେଟ ଉତକ୍ଷେପଣ କରିଛି, କିନ୍ତୁ ଇସ୍ରୋ ଏହାର ଲଞ୍ଚ ପ୍ୟାଡରୁ ପ୍ରଥମ ଥର ପାଇଁ ଏକ ପ୍ରାଇଭେଟ୍‌ କମ୍ପାନୀର ମିଶନ ପ୍ରାରମ୍ଭ ସଫଳ ରହିଛି। ଏହି ମିଶନ ସହିତ ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍‌ ଏରୋସ୍ପେସ ପ୍ରଥମ ପ୍ରାଇଭେଟ୍‌ କମ୍ପାନୀ ହୋଇ ମହାକାଶକୁ ଏକ ରକେଟ ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି। ଏହି ମିଶନ ସହିତ ପ୍ରାଇଭେଟ୍‌ ସ୍ପେସ ସେକ୍ଟର ସଂଖ୍ୟା ବୃଦ୍ଧି ପାଇବ।

Share