ବିକ୍ରମ ପଟେଲ ଏଚ୍‌ଏମ୍‌ଏସ୍‌ ଗ୍ଲୋବାଲ ହେଲ୍‌ଥ ଆଣ୍ଡ୍‌ ସୋସିଆଲ ମେଡିସିନ୍‌ ଅଧ୍ୟକ୍ଷ

ନ୍ୟୁୟର୍କ, ୬ା୬: ଭାରତ ଜନ୍ମିତ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକ୍ରମ ପଟେଲ ହାର୍ଭାର୍ଡ ମେଡିକାଲ ସ୍କୁଲ(ଏଚ୍‌ଏମ୍‌ଏସ୍‌)ର ଗ୍ଲୋବାଲ ହେଲ୍‌ଥ ଆଣ୍ଡ ସୋସିଆଲ ମେଡିସିନ ବିଭାଗର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଉକ୍ତ ସ୍କୁଲର ବ୍ଲାଭାଟ୍‌ନିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପର୍ଶିଂ ସ୍କୋୟାର ପ୍ରଫେସର ଥିବା ମୁମ୍ବାଇ ଜନ୍ମିତ ବିକ୍ରମ ସେପ୍ଟେମ୍ବର ୧ରେ ବର୍ତ୍ତମାନର ଅଧ୍ୟକ୍ଷ ପାଉଲ୍‌ ଫର୍ମରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ସେ ଜଣେ ଉପଯୁକ୍ତ ଉତ୍ତରାଧିକାରୀ ଏବଂ ଦାୟିତ୍ୱ ନେବା ପାଇଁ ବିଶେଷ ଭାବେ ପ୍ରସ୍ତୁତି କରିଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ଡିନ୍‌ ଜର୍ଜ କ୍ୟୁ. ଡାଲେ କହିଛନ୍ତି। ବିକ୍ରମ ୨୦୧୭ରେ ଏଚ୍‌ଏମ୍‌ଏସ୍‌ରେ ନିଯୁକ୍ତି ପାଇଥିଲେ।

Share