ସୁସ୍ଥ ହେଉଛନ୍ତି ବିକ୍ରମ ଗୋଖଲେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାହାରିପାରନ୍ତି ଭେଣ୍ଟିଲେଟରରୁ

ମୁମ୍ବାଇ,୨୫ ।୧୧: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଡାକ୍ତର ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ ଦେବା ବେଳେ କହିଛନ୍ତି ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି । ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯଦି ଗୋଖଲେଙ୍କ ସ୍ୱାସ୍ଥ୍ୟରେ ଏହିଭଳି ଉନ୍ନତି ପରିଲକ୍ଷିତ ହୁଏ ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇପାରେ । ସୂଚନାଯୋଗ୍ୟ, ଗତ ୧୫ ଦିନ ହେବ ଅଭିନେତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କୋମାକୁ ଚାଲିଯାଇଥିବା ଅଭିନେତା ଏବେ ତାଙ୍କ ଅଙ୍ଗକୁ ହଲାଉଛନ୍ତି । ସମାଚାର ଏଜେନ୍ସି ଏଏନଆଇ ସହ କଥା ହେବା ସମୟରେ ଗୋଖଲେଙ୍କ ମ୍ୟାନେଜର ଶିରିଷ ୟଦ୍ନିକର କହିଛନ୍ତି, ଅଭିନେତା ଏବେତାଙ୍କର ଆଖି ଖୋଲୁଛନ୍ତି, ଶରୀରର ଅଙ୍ଗକୁ ହଲାଉଛନ୍ତି । ତାଙ୍କର ରକ୍ତଚାପ ଓ ହାର୍ଟ ସ୍ଥିର ରହିଛି ।

Share