ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିକ୍ରମ ଭଟ୍ଟଙ୍କ ଝିଅ କୃଷ୍ଣାଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଛି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ କୃଷ୍ଣା ଚଳିତ ବର୍ଷ ବିବାହ କରୁଛନ୍ତି। ସେ ଜୁନ ୧୧ରେ ତାଙ୍କ ପ୍ରେମିକ ବେଦାନ୍ତଙ୍କ ସହ ବିବାହ ବନ୍ଧନରେ ବାନ୍ଧିେହେବେ। ୨୭ ବର୍ଷିୟା କୃଷ୍ଣାଙ୍କର ଗତ ବର୍ଷ ଡିସେମ୍ବର ୫ରେ ଏନଗେଜମେଣ୍ଟ ହୋଇଥିଲା। ରିପୋର୍ଟ ଅନୁଯାୟୀ, ‘ଟ୍ବିଷ୍ଟେଡ ୩’ର ନିର୍ଦ୍ଦେଶକ କୃଷ୍ଣା ଏହି ଖବର ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ନେଇ ଉତ୍ସାହିତ ଅଛି, କିନ୍ତୁ ମୁଁ ଏ ବିଷୟରେ ଅଧିକ କିଛି କହିବାକୁ ଚାହେଁ ନାହିଁ। ପ୍ରସ୍ତୁତି ଜୋରସୋରରେ ଚାଲିଛି।’

ରିପୋର୍ଟ ଅନୁଯାୟୀ, କୃଷ୍ଣାଙ୍କ ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ ଏବଂ ଏହା ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ଅନ୍ତରଙ୍ଗ ସମାରୋହ ହେବ। ବିବାହ ଗୁଜୁରାଟୀ ଏବଂ ମାରୱାରୀ ରୀତିନୀତିର ମିଶ୍ରଣ ହେବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କୃଷ୍ଣ ଭଟ୍ଟଙ୍କ ପ୍ରି ଓ୍ବେଡିଂ ଫଙ୍କସନ ଜୁନ ୮ରୁ ଆରମ୍ଭ ହେବ, ଯେଉଁଥିରେ ହଲଦି, ସଂଗୀତ ଏବଂ ମେହେନ୍ଦି ସମାରୋହ ସାମିଲ ହୋଇଛି।

Share