ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଏଲ୍ଇଡି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ସଭାରେ ସରପଞ୍ଚ ସେବତୀ ରଣା ସଭାପତିତ୍ୱ କରିଥିବା ବେଳେ ନାଏକ ସରପଞ୍ଚ ନରେଶ ଦାଶ, ବନ ବିଭାଗର ସତ୍ୟଭାମା ନାଏକ ସାଇଚନ୍ଦନ ନାଏକ, ଟୁନୁ ଛତିଆ, ପଶୁସମ୍ପଦ ବିଭାଗର ସୁବଳୟା ମଞ୍ଜରୀ ବଲିୟାର ସିଂ, କୃଷି ବିଭାଗରୁ ପ୍ରିତିସ୍ବିନୀ ରାଉତରାୟ, ସ୍ବାସ୍ଥ୍ୟ ବିଭାଗରୁ ଜଟିଲା ମଞ୍ଜରୀ ଲେଙ୍କା, ଆଇସିଡିଏସ୍ ପକ୍ଷରୁ ସୁବ୍ରତ ରଣା ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଜନସାଧାରଣ କିପରି ଏହାର ଲାଭ ଉଠାଇପାରିବେ ସେ ନେଇ ଅବଗତ କରିଥିଲେ।
ପିଇଓ ଦେବରାଜ ରଣା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ନରୋତ୍ତମ ସେଲମା ସଭା ସଂଯୋଜନା କରିଥିଲେ। ମଞ୍ଚରେ ଭାଜପା ନେତା ସଞ୍ଜୟ ଜୈନ, ସିତାରାମ ରଣା ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ହିତାଧିକାରୀଙ୍କୁ ଗୃହ କାର୍ଯ୍ୟଦେଶ, ରାଶନ କାର୍ଡ, ଭତ୍ତା ଆଦି ପ୍ରଦାନ କରାଯାଇଥିଲା।


