ବାତ୍ୟା ଯାଗୁ ଫସିଗଲେ ୨୦୦ ଖେଳାଳି

ବିଜୟଓ୍ବାଡା,୫।୧୨: ମିଗଜୋମ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ୨୦୦ ଟେବୁଲ ଟେନିସ ଖେଳାଳି ଫସି ଯାଇଛନ୍ତି। ଏହି ଖେଳାଳୀମାନେ ସେଠାରେ ଆୟୋଜିତ ନ୍ୟାଶନାଲ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଖେଳିବାକୁ ଆସିଥିଲେ। ଖେଳ ସରି ଯାଇଥିଲେ ମଧ୍ୟ ସେମାନେ ସେଠାରୁ ବାହାରି ପାରୁ ନାହାନ୍ତି। ସେମାନଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ ଫସି ରହିଛନ୍ତି।
ନ୍ୟାସନାଲ ରାଙ୍କିଙ୍ଗ ଇଭେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବିଜୟୱାଡା ଖେଳା ଯାଇଥିଲା। ଅନ୍ତିମ ରାଉଣ୍ଡ ପଞ୍ଚକୁଲାରେ ଡିସେମ୍ବରମ୍ବ ୮ରେ ଖେଳାଯିବ । ତେବେ ଏହା ପୂର୍ବରୁ ସବୁ ଖେଳାଳି ସେଠାରେ ପହଞ୍ଚିବା ଆବଶ୍ୟକ । ଏପରି ସ୍ଥିତି ଯୋଗୁ ଟେବୁଲ ଟେନିସ ସଂଘ ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ତାରିଖ ଘୋଷଣା କରିପାରେ ।

Share