Categories: ଜାତୀୟ

ବିପଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ, ସେପ୍ଟେମ୍ବର ସୁଦ୍ଧା ହୋଇପାରେ ପରିବର୍ତ୍ତନ: କଂଗ୍ରେସ ନେତା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସ ନେତା ବିଜୟ ଭଡେଟ୍ଟିବାର ସେପ୍ଟେମ୍ବରରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳି ଯିବେ ବୋଲି ଦାବି କରିଛନ୍ତି। ସେ କହିଥିଲେ, ମହାରାଷ୍ଟ୍ରରେ ଯାହା ଚାଲିଛି ତାହା ଠିକ ଚାଲିନାହିଁ। ସମସ୍ତେ କ୍ଷମତା ପାଇଁ ଭୋକିଲା ଥିବାରୁ ଏହି ସରକାର ଅଧିକ ସମୟ ଧରି ଚାଲିବାକୁ ସକ୍ଷମ ହେବେ ନାହିଁ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଆସନ ହାତରୁ ଯିବାକୁ ଯାଉଛ।
ଗତ କିଛି ଦିନ ହେବ ଭାଡେଟ୍ଟିବାର ସରକାରଙ୍କୁ ଟାର୍ଗେଟ କରିଆସୁଥିଲେ। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାରଙ୍କ ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନୁହେଁ। ଏହାସହ ଯେତେବେଳେ ମୁଖ୍ୟମନ୍ତ୍ରୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ରାତ୍ରୀ ଭୋଜନ କରିବାକୁ ଆମନ୍ତ୍ରଣ କରନ୍ତି, ସେତେବେଳେ ସେମାନେ ତାଙ୍କ ନିକଟକୁ ଯାଆନ୍ତି ନାହିଁ। ଯାହା ପ୍ରମାଣ କରେ ଯେ ମହାରାଷ୍ଟ୍ରରେ ସବୁକିଛି ଠିକ ଚାଲିନାହିଁ।

Share