ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା

ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଏବେ ସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି। ଏ ନେଇ ଅଭିନେତା ସବ୍ୟସାଚୀ ମୁହଁ ଖୋଲିଛନ୍ତି। ବିଜୟ ମହାନ୍ତିଙ୍କୁ ନେଇ ଗୁଜବ ବନ୍ଦ କରିବାକୁ ସେ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି। ତେବେ ସବ୍ୟସାଚୀ ଏହିଭଳି ପୋଷ୍ଟକୁ ଡିଲିଟ୍‌ କରିବାକୁ କହିବା ସହ ପୋଷ୍ଟ କରିଥିବା ବ୍ୟକ୍ତି କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ଏହା ସହ ସେ ବିଜୟଙ୍କ ଦୀର୍ଘାୟୁ କାମନା କରିଛନ୍ତି।
ସେହିଭଳି ସିନେମା ଜଗତର ଅନେକ କଳାକାର ଏହି ଗୁଜବକୁ ଖଣ୍ଡନ କରିଛନ୍ତି।